ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ । ନବୀନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ପୀଡ଼ିତଙ୍କ ସହିତ ଆଲୋଚନା କରିବେ । ବନ୍ୟା ଓ ବାତ୍ୟା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ ।
ଆସନ୍ତାକାଲି ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ୧୦ଟା ୫ରେ ବାହାରି ଶେରଗଡ଼ ଯିବେ । ଏହା ପରେ ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବାଲିଗୁଚ୍ଛା ଗସ୍ତ କରି ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ ।