ଭୁବନେଶ୍ବର : ପିତବାସ ପଣ୍ଡା ହତ୍ଯା ମାମଲାର ମୁଖ୍ଯ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ। ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ । ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ ବିକ୍ରମଙ୍କ ସପକ୍ଷରେ ୱକାଲତନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା। ଏଥିରେ ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଏହାକୁ ବିରୋଧ କରି ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ କରିଛନ୍ତି ।
ସୂଚନା ଥାଉକି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ବ୍ରହ୍ମପୁରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ଏହି ହତ୍ଯା ମାମଲାରେ ପୋଲିସ ୧୪ଜଣଙ୍କୁ ଗିରଫ କରିସାରିଥିବା ବେଳେ, ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗତ ତିନି ତାରିଖରେ ଆତ୍ମସମର୍ପଣ କରିଛନ୍ତି । ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ପୋଲିସ ଜେରା କରୁଛି । ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା ।