ମାଲକାନଗିରି: ସମୟ ଯେତିକି ସରି ସରି ଆସୁଛି ମାଓ ବିରୋଧୀ ଅଭିଯାନକୁ ସେତିକି ତ୍ୱରାନ୍ୱିତ କରାଯାଉଛି । ୨୦୨୬, ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଦିଆଯାଇଥିବା ଡେଡ୍ ଲାଇନକୁ ଆଉ ମାତ୍ର କେଇଟା ମାସ ବାକି ରହିଛି । ସେଥିପାଇଁ ସୁରକ୍ଷାକର୍ମୀମାନେ ମାଓବାଦୀ ସମୂଳେ ନିପାତ କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ୧୬ ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଗିରଫ କରାଯାଇଛି ।
ଛତିଶଗଡ଼ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରୁ ନକ୍ସଲମାନଙ୍କୁ ଗିରଫ କରାଯାଇଛି । ଡିଆରଜି, ଜିଲ୍ଲା ପୋଲିସ, କୋବ୍ରା ଏବଂ ସିଆରପିଏଫ୍ ଯବାନ ମିଳିତ ଅଭିଯାନ କରାଯାଇଥିଲା । ଏହି ସମୟରେ ୧୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଜଙ୍ଗଲା, ୬ ଜଣଙ୍କୁ ଗଙ୍ଗାଲୁର ଏବଂ ୨ ବାସଗୁଡ଼ାରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଆଇଡି, ପ୍ରେସର୍ କୁକର୍ ବୋମା, ଟିଫିନ୍ ବୋମା, କୋଡେକ୍ସ ତାର, ସେଫ୍ଟି ଫ୍ୟୁଜ୍ ଏବଂ ବିଦ୍ୟୁତ ତାର ଆଦି ଜବତ କରାଯାଇଛି । ସମସ୍ତ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।