ଭୁବନେଶ୍ୱର: ରାଜ୍ୟରେ ଶୀତ ଅନୁଭୂତ ହେବା ସହିତ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ୧୦ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଘନ କୁହୁଡ଼ି ପାଇଁ ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ , ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୧୪ ତାରିଖ ପରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେବା ପାଇଁ ସତର୍କ କରାଯାଇଛି । ଘନ କୁହୁଡ଼ି ପରେ ରାଜ୍ୟରେ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ। ଆଗାମୀ ଦୁଇ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ସତର୍କର ସହିତ ରାଜ୍ୟବାସୀଙ୍କୁ ରହିବା ପାଇଁ ସୂଚନା ଦିଆଯାଇଛି।