ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ଘରୋଇ କ୍ରିକେଟ୍ର ନିୟମରେ ପରିବର୍ତ୍ତନ କରିଛି। ଯଦି କୌଣସି ଖେଳାଳି ବଲ୍ରେ ଲାଳ ଲଗାଇବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରିଟାୟର୍ଡ ହେଲେ ଖେଳାଳିଙ୍କୁ ପୁନର୍ବାର ଖେଳିବାକୁ ସୁଯୋଗ ମିଳିବ ନାହିଁ। ଏମିତି ସ୍ଥିତିରେ ବ୍ୟାଟରଙ୍କୁ ଆଉଟ୍ ବିବେଚନା କରାଯିବ। ବିସିସିଆଇ ରଣଜୀ ଟ୍ରଫି ୨୦୨୪ର ନୂତନ ସିଜିନ ପୂର୍ବରୁ ଏହି ପରିବର୍ତ୍ତନ କରିଛି। କିନ୍ତୁ ଏହି ନିୟମକୁ ନେଇ ସର୍ତ୍ତ ମଧ୍ୟ ରହିଛି।
କ୍ରିକବଜର ଖବର ଅନୁସାରେ, ବିସିସିଆଇ ଖେଳାଳିଙ୍କ ରିଟାୟର୍ଡ ହଟ୍ ହେବା ନେଇ ନିୟମରେ ପରିବର୍ତ୍ତନ କରିଛି। ଯଦି କୌଣସି ଆହତ କାରଣରୁ ପଡ଼ିଆରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଆଉଟ୍ ବୋଲି ଧରାଯିବ। ଅର୍ଥାତ ବ୍ୟାଟର ଆଉ ବ୍ୟାଟିଂ କରିବାକୁ ଆସି ପାରିବେ ନାହିଁ। ଏହାର ବିରୋଧୀ ଦଳଙ୍କ ସହମତି ସହ କୌଣସି ସଂପର୍କ ନାହିଁ। ବିସିସିଆଇ ଏ ସମ୍ବନ୍ଧରେ ରାଜ୍ୟ ଦଳଗୁଡ଼ିକୁ ପ୍ରେସ୍ ରିଲିଜ୍ ଜରିଆରେ ଅବଗତ କରାଇ ଦେଇଛି। ଏଥିରେ ପରିବର୍ତ୍ତନ ହୋଇଥିବା ସମସ୍ତ ନିୟମ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ ରହିଛି।
ରନ ରୋକିବା ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯେବେ ବ୍ୟାଟର କ୍ରସ କରିବା ପରେ ରନ ନ ନେବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସମୟରେ ଓଭର ଥ୍ରୋରେ ବାଉଣ୍ଡରୀ ମିଳିଯାଏ, ତେବେ ଏମିତି ସ୍ଥିତିରେ ପୁଣି ଥରେ ରନ ପାଇଁ ବ୍ୟାଟ୍ ଦୌଡ଼ିଲେ ମଧ୍ୟ ଏହାକୁ କେବଳ ବାଉଣ୍ଡରୀ ଭାବେ ବିବେଚନା କରାଯିବ। ସେହି ଦୃଷ୍ଟିରୁ ବ୍ୟାଟରଙ୍କୁ କେବଳ ୪ ରନ ମିଳିବ।