ଋଷକୁ ୪ ବର୍ଷ ବାସନ୍ଦ କଲା ଓ୍ଵାଡା, ଅଲିମ୍ପିକ ଓ ଫୁଟବୁଲ୍ ବିଶ୍ଵକପରୁ ବାହାର
Khabar Odisha:sports--cricket--odisha-wada-bans-russia-from-the-olympics-and-all-major-sports-for-four-years-over-doping
ନୂଆଦିଲ୍ଲୀ, ଡିସେମ୍ଵର୦୯(ଖବର ଓଡ଼ିଶା):

ବିଶ୍ଵ ଡୋପିଂ ନିରୋଧୀ ଏଜେନ୍ସି(ଓ୍ଵାଡ଼ା) ଋଷ ଉପରେ ୪ ବର୍ଷର ବାସନ୍ଦାଦେଶ ଲଗାଇଛି। ଯାହା ଫଳରେ ରୁଷ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ ଓ ୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକରେ ଭାଗ ନେଇ ପାରିବ ନାହିଁ। ଏହା ସହିତ କାତାରରେ ହେବାକୁ ଥିବା ୨୦୨୨ ଫୁଟବଲ ବିଶ୍ଵ କପରୁ ମଧ୍ୟ ରୁଷ ବାଦ୍ ପଡ଼ିଛି। ଓ୍ଵାଡ଼ାର ଏହି କଡ଼ା ନିର୍ଣ୍ଣୟ ପରେ ରୁଷ ଆଗାମୀ ଚାରି ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ାର କୌଣସି ପ୍ରକାରର ମୁଖ୍ୟ ଆୟୋଜନରେ ସାମିଲ ହୋଇ ପାରିବ ନାହିଁ। 

ଓ୍ଵାଡ଼ା ରୁଷ ଉପରେ ଏକ ଡୋପିଂରୋଧୀ ପ୍ରୟୋଗଶାଳାରୁ ଭୁଲ ତଥ୍ୟ ଦେବା ଆରୋପରେ ଏହି ବାସନ୍ଦ ଲଗାଇଛି।  ଅଭିଯୋଗ ହୋଇଛି ଯେ ରୁଷ ଡୋପିଂ ମାମଲାରେ ନିୟମର ଅନୁପାଳନ କରିନାହିଁ। ଓ୍ଵାଡାର ମୁଖପାତ୍ର କହିଛନ୍ତି ଯେ, ସ୍ଵିଜରଲାଣ୍ଡରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ରୁଷର ଯେଉଁ ଆଥଲେଟ୍ ଡୋପରୁ ଦୂରରେ ଅଛନ୍ତି ସେମାନେ ଆଗାମୀ ୪ ବର୍ଷ ସମୟରେ ରୁଷର ବିନା ପତାକା ଏବଂ ଜାତୀୟ ସଙ୍ଗୀତ ବିନା ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ପାରିବେ। ଗତ ବର୍ଷ ୨୦୧୮ ପ୍ୟୋଙ୍ଗଚାଙ୍ଗ ଅଲିମ୍ପିକରେ ମଧ୍ୟ ଏମିତି ଘଟିଥିଲା।

ଓ୍ଵାଡ଼ାର ଏହି ବାସନ୍ଦାଦେଶ ନିଷ୍ପତ୍ତି ବିରୋଧରେ  ରୁଷ ଆସନ୍ତା ୨୧ ଦିନ ଭିତରେ ଅପିଲ କରି ପାରିବ। ଯଦି ଏମିତି ହୁଏ ତେବେ ମାମଲା କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ୍ସ(ସିଏଏସ)କୁ ସ୍ଥାନାନ୍ତର କରାଯିବ। ଓ୍ଵାଡା ରୁଷ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ କ୍ରୀଡ଼ା ଜଗତରେ ଚହଳ ପକାଇଛି। 

ଗତ ୬ଟି ଅଲିମ୍ପିକରେ ଜିତିଛି ୫୪୬ ପଦକ

ଅଲିମ୍ପିକରେ ରୁଷର ଇତିହାସ ବହୁତ ପୁରାତନ। ମାତ୍ର ୧୯୯୬ ପରଠୁ ରୁଷ ନିୟମିତ ଅଲିମ୍ପିକରେ ସାମିଲ ହୋଇ ଆସୁଛି। ଗତ ୨୦ ବର୍ଷରେ ରୁଷ ଖେଳାଳି ଦୁନିଆରେ ବିଜୟ ବାନା ଉଡ଼ାଇଛନ୍ତି। ରୁଷ ଗତ ୬ଟି ଅଲିମ୍ପିକରେ ୫୪୬ଟି ପଦକ ଜିତିଛନ୍ତି। ଅଲିମ୍ପିକରେ ରୁଷ ଅଦ୍ୟାବଧି ୧୯୫ ସ୍ଵର୍ଣ୍ଣ, ୧୬୩ ରୌପ୍ୟ ଓ ୧୮୮ କାଂସ୍ୟ ପଦକ ଜିତିଛି।

Subscribe

National International State Sports Entertainment