ପାକିସ୍ତାନର ଏହି ବୋଲର କହିଲେ ମୋ ସାମ୍ନାରେ ବୁମରା ଜଣେ ବେବି ବୋଲର
Khabar Odisha:sports--cricket--odisha-jasprit-bumrah-is-like-baby-bowler-for-me-says-former-pakistan-allronder-abdul-razzaq
ନୂଆଦିଲ୍ଲୀ, ଡିସେମ୍ବର୦୪(ଖବର ଓଡ଼ିଶା):

 ଯଶପ୍ରୀତ ବୁମରାଙ୍କୁ ସଂପ୍ରତି ଦୁନିଆର ସର୍ବଶ୍ରେଷ୍ଠ ବୋଲର କୁହାଯାଉଛି। ସମଗ୍ର ଦୁନିଆର ବ୍ୟାଟସମ୍ୟାନ ତାଙ୍କୁ ସମ୍ମୁଖୀନ ହେବା ସମୟରେ ମୁସ୍କିଲ ନଜର ଆସନ୍ତି।  ମାତ୍ର ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କ କହିବା କଥା ସେ ବୁମରାଙ୍କୁ  ସହଜରେ ଖେଳି ପାରିବେ।

ତାଙ୍କୁ ପଚରା ଯାଇଥିଲା ଯେ, ଯଦି ବୁମରାଙ୍କ ଓଭରରେ ଆପଣଙ୍କୁ ୧୫ ରନ କରିବାକୁ ପଡ଼େ ତେବେ ଆପଣଙ୍କର ରଣନୀତି କଣ ରହିବ। ଉତ୍ତରରେ ସେ କହିଛନ୍ତି ଯେ, ମୁଁ ସମଗ୍ର ଦୁନିଆରେ ସର୍ବଶ୍ରେଷ୍ଠ ବୋଲରଙ୍କ ସାମ୍ନା କରିଛି। ତେଣୁ ମୋତେ ବୁମରାଙ୍କୁ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ। ମୋତେ ବୋଲିଂ କଲା ବେଳେ ବୁମରା ନିଜେ ଚାପରେ ରହିବେ। ଯେବେ ଆପଣ ଗ୍ଲେନ ମ୍ୟାକଗ୍ରା, ଓ୍ଵାସିମ ଆକ୍ରମ ଓ ସୋଏବ ଅଖତାରଙ୍କ ପରି ବୋଲରଙ୍କୁ ସାମ୍ନା କରିଛନ୍ତି, ତେବେ ଆପଣଙ୍କୁ ବହୁତ ଆତ୍ମ ବିଶ୍ଵାସ ମିଳିଥାଏ। ଯେବେ ଆପଣ ଏମିତି ବୋଲରଙ୍କ ସାମ୍ନା କରି ଆସିଛନ୍ତି ତେବେ ବୁମରା ମୋ ପାଇଁ ବେବି ବୋଲର ହିଁ ହେବେ। ମୁଁ ସହଜରେ ତାଙ୍କର ସାମ୍ନା କରି ପାରିବି। ତାଙ୍କୁ ମଧ୍ୟ ଜଣା ଯେ ମୁଁ ନିଜ ସମୟରେ ସର୍ବଶ୍ରେଷ୍ଠ ବୋଲରଙ୍କୁ ସାମ୍ନା କରିଛି। 

କ୍ରିକେଟ୍ ପାକିସ୍ତାନ ସହ ଆଲୋଚନା ବେଳେ କିନ୍ତୁ ସେ ଏହା କହିଛନ୍ତି ଯେ, ସଂପ୍ରତି ବୁମରା ଜଣେ ଶ୍ରେଷ୍ଠ ବୋଲର ଏବଂ ତାଙ୍କର ନିଆରା ବୋଲିଂ ଶୈଳୀ ତାଙ୍କର ସଫଳତାର ସବୁଠୁ ବଡ଼ ଅସ୍ତ୍ର। ସେ ବର୍ତ୍ତମାନ ସମୟରେ ବହୁତ ଭଲ ବୋଲିଂ କରୁଛନ୍ତି। ସେ ନିଜ ବୋଲିଂରେ ବହୁତ ସୁଧାର କରିଛନ୍ତି। ସେ ଭିନ୍ନ ଶୈଳୀରେ ଦୌଡ଼ନ୍ତି ଏବଂ ତାଙ୍କର ବଲ ଛାଡ଼ିବା ଶୈଳୀ ବହୁତ ଭଲ।

ସେ କହିଛନ୍ତି ଯେ, ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ କରାଯାଇ ପାରିବ ନାହିଁ। ଯଦି ଆପଣ ୧୯୯୨ରୁ ୨୦୦୭ ମଧ୍ୟରେ ଖେଳିଥିବା ଖେଳାଳିଙ୍କ ବିଷୟରେ ଆଲୋଚନା କରିବେ ତେବେ ଆପଣ ଜାଣି ପାରିବେ ଯେ, ସେହି ସମୟରେ କେଉଁ ସ୍ତରର କ୍ରିକେଟ୍ ଖେଳାଯାଉଥିଲା। ଉକ୍ତ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଖେଳୁଥିଲେ। ସଂପ୍ରତି ଦୁନିଆରେ ସେହି ସ୍ତରର ଖେଳାଳି ନାହାନ୍ତି। ନା ସେହି ସ୍ତରର ବୋଲିଂ, ନା ସେହି ସ୍ତରର ବ୍ୟାଟିଂ ନା ଫିଲ୍ଡିଂ ହେଉଛି।

ସେ କହିଛନ୍ତି ଯେ, ବିରାଟ କୋହଲି ଭାରତୀୟ ଦଳ ପାଇଁ ଶ୍ରେଷ୍ଠ ଖେଳାଳି। ସେ କ୍ରମାଗତ ଦମଦାର ପ୍ରଦର୍ଶନ କରିଚାଲିଛନ୍ତି। ମାତ୍ର ତାଙ୍କୁ ସଚିନଙ୍କ ସହ ସମକକ୍ଷ କୁହାଯାଇ ପାରିବ ନାହିଁ। ସଚିନ ସଂପୂର୍ଣ୍ଣ ଭାବେ ଅଲଗାସ୍ତରର ଖେଳାଳି ଥିଲେ।

Subscribe

National International State Sports Entertainment