ବିସିସିଆଇର ପରାମର୍ଶଦାତା ହେବେ ଗୌତମ ଗମ୍ଭୀର ଓ ମଦନଲାଲ
Khabar Odisha:sports--cricket--odisha-gautam-gambhir-and-madan-lal-set-to-be-appointed-as-bcci-cac-members
ନୂଆଦିଲ୍ଲୀ, ଜାନୁଆରୀ୧୨(ଖବର ଓଡ଼ିଶା):

 ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ମଦନ ଲାଲ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କ୍ରିକେଟ୍ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇବା ଆପାତଃ ସ୍ଥିର ହୋଇ ସାରିଛି। ଏହି ସିଏସି ୨୦୨୦ରୁ ଚାରି ବର୍ଷର କାର୍ଯ୍ୟକାଳ ସମୟରେ ଜାତୀୟ ଚୟନକର୍ତ୍ତା ସମିତିର ସଦସ୍ୟ ଚୟନ କରିବେ। 

ଏହି ସମିତିର ତୃତୀୟ ସଦସ୍ୟ ମୁମ୍ବାଇର ପୂର୍ବତନ ମହିଳା କ୍ରିକେଟର ସୁଲକ୍ଷଣା ନାୟକ ହୋଇ ପାରନ୍ତି।  ସୁରକ୍ଷଣା କ୍ୟାରିୟରରେ ଭାରତ ପକ୍ଷରୁ ୪୬ ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମଦନ ଲାଲ ଓ ଗୌତମ ଗମ୍ଭୀର ସିଏସସିର ସଦସ୍ୟ ହେବାକୁ ପ୍ରସ୍ତୁତ ଏବଂ ଦୁହିଁଙ୍କ ନିଯୁକ୍ତି ପ୍ରାୟତଃ  ନିଶ୍ଚିତ ହୋଇ ସାରିଛି।

୧୯୮୩ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ୬୮ ବର୍ଷୀୟ ମଦନ ଲାଲ ସବୁଠୁ ବରିଷ୍ଠ ସଦସ୍ୟ ହୋଇଥିବା କାରଣରୁ ଏହି କମିଟିର ନେତୃତ୍ଵ ନେବେ। ଅନ୍ୟପଟେ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ହିରୋ ଗମ୍ଭୀର ତୃତୀୟ ସଦସ୍ୟ ରୂପେ କମିଟିରେ ମଦନଲାଲଙ୍କ ସହିତ ରହିବେ।

Subscribe

National International State Sports Entertainment