ଧାଓ୍ଵନ-ରାହୁଲ ଉଭୟ ଖେଳି ପାରନ୍ତି, ମୁଁ ବ୍ୟାଟିଂ କ୍ରମରେ ନିମ୍ନରେ ବ୍ୟାଟିଂ କରିପାରେ: କୋହଲି
Khabar Odisha:sports--cricket--odisha--both-dhawan-and-rahul-can-play-i-might-bat-lower-down-indicates-skipper-virat-kohli
ମୁମ୍ବାଇ, ଜାନୁଆରୀ୧୩(ଖବର ଓଡ଼ିଶା):

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼ା ଷ୍ଟାଡ଼ିୟମରେ ଖେଳାଯିବ। ଏହି କ୍ରମରେ ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ସଙ୍କେତ ଦେଇଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଶିଖର ଧାଓ୍ଵନ ଓ ଲୋକେଶ ରାହୁଲଙ୍କୁ ସ୍ଥାନ ଦେବା ପାଇଁ ସେ ବ୍ୟାଟିଂ କ୍ରମରେ ନିଜେ ତଳ ଅର୍ଡରରେ ବ୍ୟାଟିଂ କରି ପାରନ୍ତି। ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ନିଶ୍ଚିତ। ମାତ୍ର ଦଳ ପ୍ରବନ୍ଧନଙ୍କୁ ଧାଓ୍ଵନ କିମ୍ବା ରାହୁଲଙ୍କୁ ଚୟନ କରିବାରେ ମୁସ୍କିଲ ହୋଇପାରେ।

ଅଧିନାୟକଙ୍କ ଅନୁଯାୟୀ, ଦୁଇ ଖେଳାଳିଙ୍କୁ ଦଳରେ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। କୋହଲି ମ୍ୟାଚର ପୂର୍ବ ସନ୍ଧ୍ୟାରେ କହିଛନ୍ତି ଯେ, ଫର୍ମରେ ଥିବା ଖେଳାଳି ଦଳ ପାଇଁ ସର୍ବଦା ଶୁଭଙ୍କର  ହୋଇଥାନ୍ତି। ଦଳ ପ୍ରବନ୍ଧକ ମଧ୍ୟ ଚାହିଁବେ ଯେ ଦଳରେ ସର୍ବଶ୍ରେଷ୍ଠ ଖେଳାଳି ଉପଲବ୍ଧ ଥାଆନ୍ତୁ। ଏହା ପରେ ଦଳର ରଣନୀତି ନେଇ ଚୂଡାନ୍ତ ଏକାଦଶ ଚୟନ କରାଯାଏ। ତେଣୁ ରୋହିତ, ଶିଖର ଓ କେଏଲ ରାହୁଲ ଖେଳିବାର ସମ୍ଭାବନା ଥିବା କୋହଲି କହିଛନ୍ତି। 

କଣ ସେ ବ୍ୟାଟିଂ କ୍ରମରେ ନିମ୍ନରେ ବ୍ୟାଟିଂ କରି ପାରନ୍ତି ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି ଯେ, ଏହାର ସମ୍ଭାବନା ମଧ୍ୟ ରହିଛି। ମୁଁ ନିଜକୁ କୌଣସି ଏକ ନିର୍ଦ୍ଦିଷ୍ଟ କ୍ରମ ପାଇଁ ସ୍ଥିର କରି ନାହିଁ। ମୁଁ କେଉଁ କ୍ରମରେ ବ୍ୟାଟିଂ କରିବି ତାକୁ ନେଇ ନିଜକୁ ଅସୁରକ୍ଷିତ ମଣେ ନାହିଁ। କୋହଲି କହିଛନ୍ତି ତାଙ୍କ ପାଇଁ ନିଜ ସଫଳତା ପଛରେ ଧ୍ୟାନ ଦେବା ପରିବର୍ତ୍ତେ ଅଧିକ ମହତ୍ଵପୂର୍ଣ୍ଣ ଏହା ଯେ, ଅଧିନାୟକ ରୂପେ ମୁଁ କେମିତି ଦଳ ପାଇଁ ଉଦାହରଣ ସୃଷ୍ଟି କରି ପାରିବି।

ସେ କହିଛନ୍ତି ଯେ, ଦଳର ଅଧିନାୟକ ରୂପେ ଏହା ସୁନିଶ୍ଚିତ କରିବା ମୋର କାମ ଯେ, ଦଳ କେମିତି ଭଲ ପ୍ରଦର୍ଶନ କରିବ। ଅଧିନାୟକଙ୍କ ଆଉ ଏକ କାମ ହେଉଛି, କେବଳ ସଂପ୍ରତି ଦଳକୁ ଦେଖିବା ନୁହଁ ବରଂ ଭବିଷ୍ୟତକୁ ମଧ୍ୟ ଦେଖିବା ଉଚିତ୍।

Subscribe

National International State Sports Entertainment