ପ୍ରକାଶ ପାଇଲା ଆଇସିସି ୨୦୨୩ ବର୍ଷ ଶ୍ରେଷ୍ଠ ଟି-୨୦ ଦଳ । ଦଳରେ ସ୍ଥାନ ପାଇଛନ୍ତି ୪ ଭାରତୀୟ । ଏହା ସହ ଦଳର ଅଧିନାୟକ ରୂପେ ଭାରତୀୟ ମଧ୍ୟ୍ୟକ୍ରମର ବ୍ୟାଟ୍ସମ୍ୟାନ ସୂର୍ୟକୁମାର ଯାଦବଙ୍କୁ ଚୟନ କରାଯାଉଛି । କିନ୍ତୁ ଦଳରୁ ବାଦ ପଡିଛନ୍ତି ବିରାଟ କୋହଲି ଏବଂ ହାର୍ଦିକ ପାଣ୍ଡ୍ୟା । ୨୦୨୨ ଟି-୨୦ ଦଳରେ ସ୍ଥାନ ପାଇଥିବା ଅନେକ ଖେଳାଳି ଦଳରୁ ବାଦ ପଡିଛନ୍ତି । ୨୦୨୩ ବର୍ଷ ଶ୍ରେଷ୍ଠ ଟି-୨୦ ଦଳ ତାଲିକାରେ ସର୍ବାଧିକ ୪ଟି ଭାରତୀୟ ଥିବାବେଳେ ଜ଼ିମ୍ବାୱେରୁ ୨ ଜଣ ଏବଂ ଇଂଲଣ୍ଡ, ଆୟାରଲ୍ୟାଣ୍ଡ, ୟୁଗାଣ୍ଡା, ନିଉଜିଲାଣ୍ଡ ଓ ୱେଷ୍ଟ ଇଣ୍ଡିଜରୁ ଜଣେ ଲେଖାଏଁ ସ୍ଥାନ ପାଇଛନ୍ତି ।
ଭାରତରୁ ୟଶସ୍ଵୀ ଜେସୱାଲ , ସୂର୍ଯ୍ୟକୁମାର ଯାଦବ , ରବି ବିଷ୍ଣୋଇ ଏବଂ ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି । ଜ଼ିମ୍ବାୱେରୁ ସିକନ୍ଦର ରାଜା ଏବଂ ରିଚାର୍ଡ ନଗର୍ବା ଓ ଇଂଲଣ୍ଡରୁ ଫିଲ ସଲ୍ଟ, ଆୟାରଲ୍ୟାଣ୍ଡରୁ ମାର୍କ ଆଡାୟର , ୟୁଗାଣ୍ଡାରୁ ଅଲପେଶ ରାମଜନି , ନିଉଜିଲାଣ୍ଡରୁ ମାର୍କ ଚାପମ୍ୟାନ ଓ ୱେଷ୍ଟଇଣ୍ଡିଜରୁ ନିକୋଲାସ ପୂରନ ସ୍ଥାନ ପାଇଛନ୍ତି । କିନ୍ତୁ ୨୦୨୨ ତାଲିକାରେ ଥିବା ବିରାଟ କୋହଲି ୨୦୨୩ରେ ବିଶେଷ ଟି-୨୦ ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ ଯାହାଫଳରେ ଆଇସିସି ଦଳରୁ ବାଦ ପଡିଛନ୍ତି । ଏଠି କହିରଖିବାକୁ ଚାହିଁବି କି ଏହି ଦଳ କେବଳ ବର୍ଷ ଯାକ ହୋଇଥିବାକୁ ମ୍ୟାଚ ଗୁଟିକ ଧ୍ୟାନରେ ରଖି ଚୟନ କରାଯାଇଥିଏ ଏବଂ ପ୍ରତିବର୍ଷ ଏହି ଦଳରେ ପରିବର୍ତ୍ତନ ଦେଖାଦେଇଥାଏ । ଆଇସିସି ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଏହି ଦଳ ପ୍ରକାଶ କରିଥାଏ । ପ୍ରତିବର୍ଷ ହେଉଥିବା ମ୍ୟାଚ ଗୁଡିକ ଦେଖି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବୋଲର ଏବଂ ୱିକେଟ୍ କିପରଙ୍କୁ ଦଳରେ ସ୍ଥାନ ଦିଆଯାଇଥାଏ ।
ଅଧିକ ପଢନ୍ତୁ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଖେଳିବେନି ବିରାଟ କୋହଲି