କରୋନା ଛଡାଇ ନେଲା ବେଉସା, ଏବେ ଦୃଦିନରେ ଦିନ କାଟୁଛନ୍ତି ସ୍ଵିମିଙ୍ଗ କୋଚମାନେ
Khabar Odisha:carona-took-a-job-and-now-the-swimming-coaches-are-struggling
ବେଙ୍ଗାଲୁରୁ, ଜୁଲାଇ ୦୧ (ଖବର ଓଡ଼ିଶା):

ମହାମାରୀ କରୋନା ପାଇଁ କ୍ରୀଡା ଜଗତ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି । ମାତ୍ର କିଛି ଖେଳକୁ ପୁଣି ଥରେ ଆରମ୍ଭ କରିବା ପାଇଁ ସ୍ୱୀକୃତି ମିଳିଥିବା ବେଳେ ଅନ୍ୟ କିଛି ଖେଳ ଉପରେ ବାସନ୍ଦଦେଶ ଜାରି ରହିଛି । 

ତେବେ ମହାମାରୀ କରୋନା ପାଇଁ ସ୍ୱିମିଙ୍ଗ କୋଚିଙ୍ଗ ସେଣ୍ଟର ସବୁ ବନ୍ଦ ହୋଇଯିବାରୁ ଦୃଦିନରେ ଜୀବନ ଅତିବାହାତ କରୁଛନ୍ତି 900 ରୁ ଉର୍ଦ୍ଧ ସ୍ୱିମିଙ୍ଗ କୋଚ । 

ବେଙ୍ଗାଲୁରୁର ଦୁଇ ସ୍ୱିମିଙ୍ଗ କୋଚ ଲକ୍ଷ୍ମୀ ଏବଂ ଭିରେଶ ଏବେ ବହୁ କଷ୍ଟରେ ବଞ୍ଚୁଛନ୍ତି । ଲକ୍ଷ୍ମୀ ଏବେ ବଞ୍ଚିବାକୁ ଗୋଟେ ଦୋକାନରେ ସେଲସ ମ୍ୟାନ କାର୍ଯ୍ୟ କରୁଥିବା ବେଳେ ଭିରେଶ ଚାଟ ଦୋକାନରେ କାମ କରୁଛନ୍ତି । 

ସେହିପରି ଆଉ ଜଣେ କୋଚ ଏବଂ ତାଙ୍କର କିଛି ସହଯୋଗୀ ଏକ ସ୍ଵିମିଙ୍ଗ ସେଣ୍ଟର ଚଳାଉଥିଲେ କିନ୍ତୁ ଏବେ ସେମାନେ ରୋଡ ସାଇଡିରେ ପରିବା ଏବଂ ଚାହା ବିକୁଛନ୍ତି । 

କର୍ଣ୍ଣାଟକର ଜଣେ ସ୍ୱିମିଙ୍ଗ କୋଚ ଏମ. ସତୀଶ କୁମାର ଯିଏ ଗୋଟେ ସ୍ୱିମିଙ୍ଗ ସେଣ୍ଟର କର୍ଣ୍ଣାଟକରେ ଚଳାଉଥିଲେ ମହାମାରୀ କରୋନା ଯୋଗୁଁ ତାଙ୍କର ଏହି ସେଣ୍ଟର ଏବେ ବନ୍ଦ ରହିଛି । ତାଙ୍କ ପାଖରେ ପୂର୍ବରୁ 55 ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏବେ ମାତ୍ର 10 ଜଣ କାମ କରୁଛନ୍ତି । 

ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ ନିହାର ଅମିନ କହିଛନ୍ତି ଯେ ସମସ୍ତ ସ୍ୱିମିଙ୍ଗ କୋଚ ମାନେ ମିଶି ସରକାରଙ୍କ ନିକଟରେ ଗୁହାରି କରିବା ଏଭଳି ବିପଦ ସମୟରେ ସେମାନଙ୍କୁ କିଛି ଆର୍ଥିକ ସହୟତା ମିଳୁ ବୋଲି ।

  • Tags:

Subscribe

National International State Sports Entertainment