କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚର ଆରମ୍ଭରୁ ଆୟୋଜକ ଦଳକୁ ଝଟକା ଲାଗିଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମ୍ୟାର୍କ୍ରମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ବ୍ୟାଟିଂ କରିବାକୁ ପ୍ରଥମେ ମଇଦାନକୁ ଓହ୍ଲାଇବ ।
ପାଞ୍ଚ ଟିକିଆ ସିରିଜରେ ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳା ଯାଉଛି । ଏହିଠାରୁ ଉଭୟ ଟିମ୍ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ଏଯାବତ୍ ତିନୋଟି ଟି-ଟ୍ୱେଣ୍ଟି ଏଠାରେ ଖେଳିଥିବାବେଳେ ଦୁଇଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି । ଉକ୍ତ ଦୁଇଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକାକୁ ସଫଳତା ମିଳିଛି । ତେଣୁ ପୁଣି ଥରେ ନିଜର ରେକର୍ଡ ବଜାୟ ରଖିବାକୁ ସୂର୍ଯ୍ୟ ବାହିନୀ ଚେଷ୍ଟା କରିବ । ସେପଟେ ଭାରତ ମଧ୍ୟ ପୂର୍ବ ରେକର୍ଡକୁ ଭାଙ୍ଗିବାକୁ ଚେଷ୍ଟା କରି ନୂଆ ଅଧ୍ୟାୟ ଲେଖିବାକୁ ଆଶାବାଦୀ ରହିଛି ।
ଭାରତୀୟ ଟିମର ଚୂଡ଼ାନ୍ତ ଏକାଦଶରେ ଅଛନ୍ତି ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟ କୁମାର ଯାଦବ, ତୀଲକ ବର୍ମା, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା (ୱିକେଟ୍ କିପର୍), ଅକ୍ସର୍ ପଟେଲ୍, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ପ୍ରଥମ ଥର ପାଇଁ ନାଲି ମାଟି ପିଚରେ ମ୍ୟାଚ୍ ଖେଳାଯିବ । ଯାହାକି କାକର ପଡ଼ିଲେ ସହଜରେ ଆଦ୍ରତାକୁ ଶୋଷିନେଇଥାଏ ।