ନୂଆଦିଲ୍ଲୀ: କ୍ରିକେଟ୍ ଏସିଆ କପ୍ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ହଂକ କଂଗ ମଧ୍ୟରେ ଖେଳାଯିବ । ଆସନ୍ତାକାଲି ଭାରତୀୟ ଟିମ୍ ୟୁଏଇକୁ ଭେଟିବ । ତେବେ ଏସିଆ କପ୍ ବିଜେତାଙ୍କୁ କୋଟି ଆକାରରେ ପୁରସ୍କାର ରାଶି ମିଳିବ । ତଥାପି ଉପ ବିଜେତା ଟିମ୍ ମଧ୍ୟ ମାଲାମାଲ ହେବେ ।
ପ୍ରାପ୍ତ ସୂଚନା ଅନୁସାରେ, ଏସିଆ କପ୍-୨୦୨୫ ସିଜିନରେ ପୁରସ୍କାର ଅର୍ଥରାଶି ବଢ଼ାଇ ଦିଆଯାଇଛି । ବିଜେତା ଟିମର ପୁରସ୍କାର ରାଶି ୨.୬ କୋଟି ରହିଛି । ଉପବିଜେତା ଦଳକୁ ୧.୩ କୋଟି ଟଙ୍କା ମିଳିବ । ଏସିଆ କ୍ରିକେଟ୍ କାଉନସିଲ୍ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇ ନାହିଁ ।
ଚଳିତ ସିଜିନରେ ମୋଟ ୮ଟି ଟିମ୍ ସାମିଲ ହୋଇଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ଟୁର୍ଣ୍ଣାମେଣ୍ଟେ ଖେଳାଯିବ । ଗ୍ରୁପ୍-ଏ ରେ ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ରହିଛନ୍ତି । ସେହିପରି ଗ୍ରୁପ୍ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୨୮ରେ ଫାଇନାଲ ମୁକାବିଲା ହେବ ।