ବିଜୟ ହଜାରେ ଟ୍ରଫି ୨୦୨୧ ; ଚମକିଲେ ଇଶାନ କିଶନ, ଦଳକୁ ଦେଲେ ବିଶାଳ ବିଜୟ
Khabar Odisha:Vijay-Hazare-Trophy-2021-Ishan-Kishan-shone-giving-the-team-a-huge-victory
ଇନ୍ଦୋର, ଫେବୃଆରୀ ୨୧ (ଖବର ଓଡ଼ିଶା):

ଝାଡଖଣ୍ଡ ଓପନର ଇଶାନ କିଶନଙ୍କ ପାଇଁ ଗତକାଲିର ଦିନ ଖୁସିର ଦିନ ଥିଲା । ଗତକାଲି ସେ ୧୭୩ ରନର ମାରାଥନ ଇଂନିସ ଖେଳିବା ସହ ଇଂଲଣ୍ଡ ବିପକ୍ଷ ପାଂଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି । ଇଶାନଙ୍କ ସହ ମୁମ୍ବାଇର ଷ୍ଟାର ବ୍ୟାଟସମାନ ସୂର୍ଯ୍ୟ କୁମାର ଯାଦବ ଏବଂ ହରିୟାଣା ଅଲରାଉଣ୍ଡର ରାହୁଲ ତେୱାତିଆ ମଧ୍ୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି । ଗତକାଲି ଇଶାନ କିଶନ ମଧ୍ୟ ପ୍ରଦେଶ ବିପକ୍ଷରେ ମାତ୍ର ୯୪ ବଲରୁ ୧୯ ଚୌକା ଏବଂ ୧୧ ଟି ଛକା ସହ ୧୭୩ ରନର ଇଂନିସ ଖେଳିଛନ୍ତି । କିଶାନଙ୍କ ଏହି ଇଂନିସ ଯୋଗୁ ୫୦ ଓଭରରେ ୪୨୨ ରନ କରିଥିଲା ଝାଡଖଣ୍ଡ । ଜବାବରେ ମଧ୍ୟ ପ୍ରଦେଶ ୧୮.୪ ଓଭରରେ ମାତ୍ର ୯୮ ରନରେ ଅଲଆଉଟ ହୋଇଯିବା ଫଳରେ ୩୨୪ ରନର ବିଶାଳ ବିଜୟ ହାସଲ କରିଛି ଝାଡଖଣ୍ଡ ।

  • Tags:

Subscribe

National International State Sports Entertainment