ସୁରଟ: ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂରୀୟାସ୍ ଓଡ଼ିଶା ଓ ସଦର୍ନ ସୁପର ଷ୍ଟାର୍ସ ତେବେ ଆଜିର ମ୍ୟାଚ୍ ପାଇଁ କୋଣାର୍କ ସୂର୍ୟାସ୍ ଓଡ଼ିଶା ଦଳ ପ୍ରସ୍ତୁତ ହୋଇଛି। ନେଟରେ ମଧ୍ୟ ସବୁ ଖେଳାଳି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। କେଏସଓର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା। ତେବେ ମ୍ୟାଚ୍ ବାତିଲ ହେତୁ ଦଳକୁ ଦୁଇଟି ପଏଣ୍ଟ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ କେଏସଓ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ୪ଟି ମ୍ୟାଚରୁ ୮ ପଏଣ୍ଟ ହାସଲ କରି ସଦର୍ନ ସୁପର ଷ୍ଟାର୍ସ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି।
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ପ୍ରାୟ ଚାରି ଦିନର ଲଗାତାର ବର୍ଷା ପରେ ବର୍ତ୍ତମାନ ପାଗ ଭଲ ରହିଛି। ଗତକାଲିର ମ୍ୟାଚ ୧୫ଓଭର ଖେଳାଯାଇଥିଲା ତେବେ ସେପଟେ କ୍ରିକେଟ୍ ପ୍ରେମୀମାନେ ଅଧିକ ଦମଦାର ଖେଳ ଦେଖିବାର ଆଶା ରଖୁଛନ୍ତି। ଅନ୍ୟ ପଟରେ ଗତକାଲି ନେଟରେ ଅଭ୍ୟାସ କରି ଫେରୁଥିବା ସମୟରେ ବାହାରେ ଫ୍ୟାନ୍ସକୁ ଖୁସି କରିଥିଲେ "ପଠାନ ବ୍ରଦର୍ସ।" ଇରଫାନ ଓ ୟୁସୁଫ ପଠାନ ପିଲାମାନଙ୍କୁ ଅଟୋଗ୍ରାଫ ଦେଇଥିଲେ ଏବଂ ସେଲ୍ଫି ମଧ୍ୟ ଉଠାଇଥିଲେ। ଅନେକ ଫ୍ୟାନ କହିଛନ୍ତି ତାଙ୍କର ସ୍ବପ୍ନ ପୁରାହୋଇଛି ଏବଂ କୁନି କୁନି ପିଲା ମାନେ କୋଣାର୍କ ସୂରିୟାସ ଓଡିଶା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଦେଖିବାକୁ ବାକି ରହିଲା ଆଜି ସନ୍ଧ୍ୟା ର ହାଇଭୋଲ୍ଟେଜ ମ୍ୟାଚ ଯେଉଁଥିରେ ଲିଗର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଅପେକ୍ଷା ଫଳାଫଳକୁ।
ଆଜି ମଇଦାନକୁ ଓଲ୍ହାଉଥିବା ଦଳର ତାଲିକା ନିମ୍ନରେ ରହିଛି।
କୋଣାର୍କ ସୂର୍ୟାସ୍ ଓଡ଼ିଶା
ଇରଫାନ୍ ପଠାନ୍ (ଅଧିନାୟକ), ୟୁସୁଫ୍ ପଠାନ୍, ଶାହବାଜ୍ ନଦୀମ୍, ବିନୟ କୁମାର୍, ଫିଡେଲ୍ ଏଡୱାର୍ଡସ୍ କେଭିନ୍ ଓ'ବ୍ରାଇନ୍, ପ୍ରବୀଣ ତାମ୍ବେ, ବେନ୍ ଲଫଲିନ୍, ଅମ୍ବାନ୍ତି ରାୟୁଡୁ, ନବୀନ ଷ୍ଟିୱାର୍ଟ, ରସ୍ ଟେଲର୍, ରିଚାର୍ଡ୍ ଲେଭି, ଦିଲସାନ୍ ମୁନାୱେରା, କେପି ଅପାନ୍ନା, ଦିଵେଶ୍ ପାଥାନିଆ, ରାଜେଶ ବିଷ୍ଟୋଇ, ନଟରାଜ ବେହେରା।
ସଦର୍ନ ସୁପର ଷ୍ଟାର୍ସ
ଦୀନେଶ କାର୍ତ୍ତିକ (ଅଧୂନାୟକ), ମାର୍ଟିନ ଗସ୍ଟିଲ୍, ଶ୍ରୀଭାତ୍ସ ଗୋସ୍ବାମୀ, ପାର୍ଥୀବ ପଟେଲ, କେଦାର ଯାଦବ, ପୱନ ନେଗ, ହାମିଲ୍ସନ୍ ମସାକାଦଜା, ଚତୁରଙ୍ଗା ଡି ସିଲଭା, ସୁରଙ୍ଗା ଲକମଲ୍, ଅବଦୁର ରତ୍ନାକ, ହମିଦ ହସନ, ଜୀବନ ମେଣ୍ଡିସ୍ ରବିନ୍ ବିଷ୍ଟ ଜେସଲ କାରିଆ, ଚିରାଗ ଗାନ୍ଧି, ମୋନୁ କୁମାର, ସୁବୋଥ ଭାଟି, ଏଲଟନ୍ ଚିଗୁମୁରା