ବାଙ୍ଗାଲୋର: ଚଳିତ ଆଇପିଏଲ ୫୨ ତମ ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପରକିଂ। ଏହି ମ୍ୟାଚ ବାଙ୍ଗାଲୋରର ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ । ବାଙ୍ଗାଲୋର ଏହି ମ୍ୟାଚରେ ଜିତିଲେ ସିଧାଶଳଖ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ । ସେହିପରି ଅନ୍ୟପକ୍ଷରେ ଚେନ୍ନାଇ ସୁପରକିଙ୍ଗସ୍ ପ୍ରଥମ ଦଳ ଭାବେ ପ୍ଲେ-ଅଫ ଦୌଡରୁ ବିଦା ହୋଇଛି ତେଣୁ ଚେନ୍ନାଇ ପାଇଁ ଏହି ମ୍ୟାଚ ଏତେଟା ଗୁରୁତ୍ବପୂର୍ଣ୍ଣ ନଥିଲେ ମଧ୍ୟ ବାଙ୍ଗାଲୋର ରାସ୍ତାରେ କଣ୍ଟା ହୋଇପାରେ । ଏହି ଦୁଇ ଦଳଙ୍କ ମଧ୍ୟରେ ଗତ ୨୮ ତାରିଖରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଯେଉଁଠି ରୟାଲ ଚାଲେଞ୍ଜର ବାଙ୍ଗାଲୋର ୫୦ ରନର ବଡ଼ ବ୍ୟାବଧାନରେ ସୁପର କିଙ୍ଗସକୁ ହାରାଇଥିଲା । ସେବେଠୁ ଧୋନି ବାହୀନି ଚଳିତ ଲିିିିିିଗରେ ଲୟ ହରାଇଛି ।
ଏହା ମଧ୍ୟରେ ଦଳ ୮ଟି ମ୍ୟାଚରେ ପରାଜୟକ ସ୍ବାଦ ଚାଖି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ସେହିପରି ବାଙ୍ଗାଲୋର ୧୦ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରି ୧୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେବେ ଏହି ସିଜିନରେ ବାଙ୍ଗାଲୋରର ଭଳ ପ୍ରଦର୍ଶନ ଜାରି ରହିଛି । ତେବେ ଆଜିର ଏହି ମ୍ୟାଚରେ ବାଙ୍ଗାଲୋର ପାଖରେ ଇତିହାସ ରଚିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ପ୍ରକୃତରେ, ଆଜି ପର୍ଯ୍ୟନ୍ତ ଆଇପିଏଲ ଇତିହାସରେ, ଆର୍ସିବି ଦଳ କେବେବି ଲିଗ୍ ପର୍ଯ୍ୟାୟରେ ଦୁଇଥର ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିପାରି ନାହିଁ। ଏହି ସିଜିନରେ ପ୍ରଥମ ଥର ପାଇଁ, ବାଙ୍ଗାଲୋର ପାଖରେ ଲିଗ୍ ପର୍ଯ୍ୟାୟରେ ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ପରାସ୍ତ କରିବାର ସୁଯୋଗ ଅଛି। ଏବେ ଦେଖିବାର ରହିଲା ଯେ ବାଙ୍ଗାଲୋର ଏବଂ ସିଏସକେ ମଧ୍ୟରେ କେଉଁ ଦଳ ଜିତିବାରେ ସଫଳ ହେଉଛି।
ଘରୋଇ ଗ୍ରାଉଣ୍ଡ ଏବଂ ଉତ୍କୃଷ୍ଟ ଫର୍ମକୁ ବିଚାରକୁ ନେଲେ, ବେଙ୍ଗାଲୁରୁ ଦଳ ଜିତିଲା ପରି ମନେ ହେଉଛି। ତଥାପି, ଧୋନିଙ୍କ ଅଧିନାୟକତ୍ୱରେ, ଚେନ୍ନାଇ ଘୋରୋଇ ଦଳର ସମୀକରଣକୁ ନଷ୍ଟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ।ଯଦି ଆମେ ହେଡ୍ ଟୁ ହେଡ୍ ରେକର୍ଡ ବିଷୟରେ କଥା ହେବା, ତେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩୪ଟି ମ୍ୟାଚ୍ ଖଳଯାଇଛି । ରେ ଧୋନିଙ୍କ ଦଳ ଶ୍ରେଷ ଚେନ୍ନାଇ ୨୧ଟି ମ୍ୟାଚ୍ ଜିତିଥିବା ବେଳେ ଆରସିବି ୧୨ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି।