ବିଶ୍ବ ଟେଷ୍ଟ ଚାମ୍ପିଆନ୍ସ ମ୍ୟାଚ୍ ପାଇଁ ଇଲଂଣ୍ଡରେ ପହଞ୍ଚି ଫଟୋ ସେୟର୍ କଲେ ଭାରତୀୟ ଖେଳାଳୀ
Khabar Odisha:The-Indian-players-arrived-in-England-for-the-World-Test-Champions-match-and-shared-photos

ଜୁନ୍ ୩(ଖବର ଓଡିଶା): ଇଲଂଣ୍ଡର ସାଉଥମ୍ପଟନରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଆନ୍ସ ମ୍ୟାଚ୍ ପାଇଁ ଭାରତୀୟ ଇଲଂଣ୍ଡରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି  ଟିମ୍ ଇଣ୍ଡିଆର ରିଷଭ ପନ୍ତଙ୍କ ସହ ରୋହିତ ଶର୍ମା ହିତ ଏକ ଫଟୋ ସେୟାର କରିଛନ୍ତି। ଗୁରୁବାର ଦିନ ଲଣ୍ଡନରେ ପହଞ୍ଚିଥିବା ଇଣ୍ଡିଆ ପୁରୁଷ ଦଳ  ବିଶ୍ବ ଟେଷ୍ଟ ଚାମ୍ପିଆନ୍ସ ଫାଇନାଲ ଏବଂ ଇଂଲଣ୍ଡରେ ପାଞ୍ଚଟି ଟେଷ୍ଟ ଖେଳିବ।

ଗୁରୁବାର ଦିନ ଲଣ୍ଡନରେ ଅବତରଣ କରିଥିବା ଭାରତ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଇନଷ୍ଟାଗ୍ରାମରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ହେବାକୁଥିବା ସାଉଥମ୍ପଟନ୍‌ରେ ରିଷଭ ପନ୍ତଙ୍କ ସହ ଏକ ଚିତ୍ର ସେୟାର କରିଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପ୍ରଥମ ସଂସ୍କରଣର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ, ଜୁନ୍ ୧୮-୨୨ ରୁ ଜୁନ୍ ୨୩ କୁ ରିଜର୍ଭ ଡେ ଭାବରେ ରଖାଯାଇଛି।  ରୋହିତ ଶର୍ମା ଏହି ପୋଷ୍ଟର କ୍ୟାପସନ କରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଟ୍ୟାଗ୍ କରି କହିଛନ୍ତି ଯେ ଆମେ ସାଉଥମ୍ପଟନରେ ଅଛୁ।


ତେବେ ଆଗରୁ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ମଧ୍ୟ ଏକ ଚିତ୍ର ସେୟାର କରିଥିଲେ।


ଭାରତୀୟ ପୁରୁଷ ଓ ମହିଳା ଦଳ ଗୁରୁବାର ଲଣ୍ଡନର ହେଥ୍ରୋ ବିମାନ ବନ୍ଦରରେ ପହଞ୍ଚିଥିଲେ।

ବିରାଟ କୋହଲିଙ୍କ ନେତୃତ୍ୱରେ ପୁରୁଷ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଇଂଲଣ୍ଡକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବ।

ଅନ୍ୟପକ୍ଷରେ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଇଣ୍ଟରନ୍ୟାସନାଲ ଏବଂ ତିନୋଟି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ଖେଳିବ।

ମିଥାଲି ରାଜ ଟେଷ୍ଟ ଏବଂ ODI ରେ ମହିଳା ଦଳର ଅଧିନାୟକ ଥିବାବେଳେ ହରମାନପ୍ରୀତ କୌର ଖେଳର କ୍ଷୁଦ୍ର ଫର୍ମାଟରେ ଦଳର ନେତୃତ୍ୱ ନେବେ।

ଏହାପୂର୍ବରୁ ରିଦ୍ଧିମାନ ସାହା ମଧ୍ୟ ଟିମ୍ ରୁମର ବାଲକୋନିରୁ ଚିତ୍ର ସେୟାର କରି ଷ୍ଟାଡିୟମ ବିଷୟରେ ପ୍ରଶଂସକଙ୍କୁ ସେମାନଙ୍କ ମତାମତ ପଚାରିଥିଲେ।

  • Tags:

Subscribe

National International State Sports Entertainment