ଆଇପିଏଲକୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମତି, ସେପ୍ଟେମ୍ବର ୧୯ ରୁ ୟୁଏଇରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ
Khabar Odisha:The-IPL-got-the-permission-of-the-central-government-the-tournament-will-be-played-in-the-UAE-from-September-16
ମୁମ୍ୱାଇ, ଅଗଷ୍ଟ ୦୨ (ଖବର ଓଡ଼ିଶା):

ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନିମନ୍ତେ ମିଳିଛି କେନ୍ଦ୍ର ସରକାରଙ୍କ ଅନୁମତି । ସେପ୍ଟେମ୍ବର ୧୯ ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୧୦ ଯାଏ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଟି ଡବଲ ହେଡରସ ଖେଳାଯିବ । ଏହାର ପ୍ରସାରଣ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବା ସହ ୮ ଟାରୁ ମ୍ୟାଚ ଆରମ୍ଭ ହେବ ବୋଲି ବିସିସିଆଇ ପକ୍ଷରୁ ଏକ ଜାତୀୟ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି ।

ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ବାୟୋ ସିକ୍ୟୁଅର ଏନଭାରମେଣ୍ଟରେ ଖେଳାଯିବ ଏବଂ ୟୁଏଇ କ୍ରିକେଟ ବୋର୍ଡ ମଧ୍ୟ ଖେଳାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି କୁହାଯାଇଛି । ତେବେ ଖେଳିଳିଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ରଂଶସକମାନଙ୍କୁ ମ୍ୟାଚ ଦେଖିବା ନିମନ୍ତେ ଛଡାଯିବ କି ନାହିଁ ସେ ସମ୍ପର୍କରେ ୟୁଏଇ କ୍ରିକେଟ ବୋର୍ଡ ସହିତ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment