ଦକ୍ଷିଣ ଆଫ୍ରିକା ଦଳର ପ୍ରଥମ କୃଷ୍ଣକାୟ ଅଧିନାୟକ ହେଲେ ତେମ୍ବା ବାଭୁମା
Khabar Odisha:Temba-Babhuma-became-the-first-black-captain-of-South-African-team
ଜୋହାନ୍ସବର୍ଗ, ମାର୍ଚ୍ଚ ୦୫ (ଖବର ଓଡ଼ିଶା):

ଦକ୍ଷିଣ ଆଫ୍ରିକା ଦଳର ପ୍ରଥମ କୃଷ୍ଣକାୟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଅଧିନାୟକ ଭାବେ ଥିବା କ୍ୱାଣ୍ଟେନ ଡି କକଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି । ଅଧିନାୟକ ହେବା ପରେ ଡି କକଙ୍କ ବ୍ୟକ୍ତିଗତ ପ୍ରର୍ଦଶନ ଉପରେ ପ୍ରଭାବ ପଡିବା ପରେ ବାଭୁମାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କ୍ରିକେଟ ସାଉଥ ଆଫ୍ରିକା ପକ୍ଷରୁ କୁହାଯାଇଛି । ୨୦୨୩ କ୍ରିକେଟ ବିଶ୍ୱକପ ପର୍ଯ୍ୟନ୍ତ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ବାଭୁମାଙ୍କୁ ଏକଦିବସୀୟ ଏବଂ ଟି-୨୦ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଡେନ ଏଲଗରଙ୍କୁ ଟେଷ୍ଟ କ୍ୟାପଟେନ ଭାବେ ଦାୟିତ୍ୱ ମିଳିଛି । ବର୍ତ୍ତମାନ ସୁଦ୍ଧା ବାଭୁମା ଦକ୍ଷିଣ ଆଫ୍ରିକା ପକ୍ଷରୁ ୪୪ ଟି ଟେଷ୍ଟ, ଛଅଟି ଏକଦିବସୀୟ ମ୍ୟାଚ ଏବଂ ଆଠଟି ଟି-୨୦ ମ୍ୟାଚ ଖେଳିଛନ୍ତି ।   

  • Tags:

Subscribe

National International State Sports Entertainment