ଆଜିଠୁ ଆରମ୍ଭ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି
Khabar Odisha:Syed-Mushtaq-Alli-T20-Trophy-starts-today
ନୂଆଦିଲ୍ଲୀ, ଜାନୁଆରୀ ୧୦ (ଖବର ଓଡ଼ିଶା):

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ଏହା ଜାନୁଆରୀ ୩୧ ଯାଏ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୩୮ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ- ବି ରେ ରହିଥିବା ଓଡିଶା ବେଙ୍ଗଲ ବିପକ୍ଷରେ ଆଜି ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ । ଆଗାମୀ ଆଇପିଏଲର ନିଲାମ ଫେବୃଆରୀ ମାସରେ ହେବାକୁ ଯାଉଛି । ସେହି ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟଟି ଖେଳାଳିମାନଙ୍କ ପାଇଁ ସବୁଠୁ ଗରୁତ୍ୱପୂର୍ଣ୍ଣ ଅଟେ । ଅନ୍ୟପକ୍ଷରେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇବା ନିମନ୍ତେ କିଛି ଖେଳାଳିଙ୍କ ଏହି ଟୁର୍ଣ୍ଣାମେଣ୍ଟର ଭଲ ପ୍ରଦର୍ଶନ ମଧ୍ୟ ସହାୟକ ହେବ । ନିଜର ବ୍ୟାନ ଅବଧି ସରିଯିବା ପରେ କ୍ରିକେଟର ସାନ୍ତାକୁମାରନ ଶ୍ରୀସାନ୍ଥଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ ।

  • Tags:

Subscribe

National International State Sports Entertainment