ୱାର୍ଣ୍ଣରଙ୍କୁ ବରଖାସ୍ତ କରି ବାକି ମ୍ୟାଚ୍ ପାଇଁ କେନ ୱିଲିୟମସନଙ୍କୁ ଅଧୀନାୟକ ନିଯୁକ୍ତି କଲା ସନରାଇଜର୍ସ ହାଇଦ୍ରାବାଦ
Khabar Odisha:Sunrisers-Hyderabad-sack-David-Warner-as-captain-Kane-Williamson-to-lead-in-remainder-of-IPL

 ମେ ୧ (ଖବର ଓଡିଶା); ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧୀନାୟକ ପଦରୁ ଡେଭିଡ ୱାର୍ଣ୍ଣରଙ୍କୁ ହଟାଇ କେନ ୱିଲିୟମସନଙ୍କୁ ଦଳର ଅଧିନାୟକ ହୋଇ ଚଳିତ ସିଜନ୍‌ର ମ୍ୟାଚ୍ ଗୁଡିକରେ ଦଳର ନେତୃତ ନେବେ ବୋଲି ଆଜି ସନରାଇଜର୍ସ ହାଇଦ୍ରାବାଦ ସୂଚନା ଦେଇଛି । ଏହ ସହିତ ଦଳ ଖେଳିବାକୁ ଥିବା ଆଗାମି ମ୍ୟାଚ୍ ରେ ବିଦେଶୀ ଖେଳାଳୀଙ୍କର ପରିବର୍ତନ କରିପାରେ । 

ତେବେ ଦଳ ୱାର୍ଣ୍ଣରଙ୍କ ନେତୃତ୍ୱରେ ଅନେକ ସଫଳତା ପାଇଛି ଏବଂ ଏହି ନିଷ୍ପତି ନେବା ଏତେ ସହଜ ନଥିଲା ବୋଲି ଦଳର ମ୍ୟନେଜମେଣ୍ଟ ପକ୍ଷରୁ କୁହାଯାଇଛି । ୱାର୍ଣ୍ଣର ପୁର୍ବପରି ଦଳର ସାହାସ ବଢାଇବା ସହିତ ପଡିଆରେ ମଧ୍ୟ ଦେଖା ଯିବେ ବୋଲି ମ୍ୟନେଜମେଣ୍ଟ ସୂଚନା ଦେଇଛି । 

ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନନ ସହିତ ପଏଣ୍ଟ ଟେବୁଲର ନିମ୍ନରେ ରହିଛି । ପ୍ରଥମେ ୱିଲିୟମସନ ଖେଳିବା ପାଇଁ ଫିଟ୍ ନଥିଲେ ତେବେ ସେ ବର୍ତମାନ ଦଳକୁ ଫେରିବା ସହିତ ତିନୋଟି ମ୍ୟାଚ୍ ରେ ୧୦୩ ରନ୍ ସଂଗ୍ରହ କରି ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ୱାର୍ଣ୍ଣର ଚଳିତ ସିଜନରେ ଛଟି ମ୍ୟାଚ୍ ରେ ୧୯୩ ରନ୍ କରିଥିଲେ ମଧ୍ୟ ଷ୍ଟ୍ରାଇକ୍ ରେଟ ରେ ବହୁତ ଦୁର୍ବଳ ଅଛନ୍ତି । 


 କେନ ୱିଲିୟମସନ ପୁର୍ବରୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ ନେଇ ସାରିଛନ୍ତି । ୨୦୧୮ ରେ ବଲ୍ ଟାମ୍ପରିଂ ଅଭିଯୋଗରେ ୱାର୍ଣ୍ଣର ଗୋଟିଏ ବର୍ଷ ବାସନ୍ଦ ହୋଇଥିବା ସମୟରେ ୱିଲିୟମସନ ଦଳର ନେତୃତ୍ୱ ନେଇ ଦଳକୁ ଫାଇନାଲରେ ପହଁଚାଇ ଥିଲେ କିନ୍ତୁ ଫାଇନାଲରେ ଦଳ ଚେନ୍ନାଇ ନିକଟରୁ ପରାସ୍ତ ହୋଇଥିଲା ।

  • Tags:

Subscribe

National International State Sports Entertainment