ଆଇପିଏଲ୍‌ରେ ପ୍ରେମ ପ୍ରସ୍ତାବ: ପୁରୁଷ ବନ୍ଧୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରେମ ନିବେଦନ କଲେ ଯୁବତୀ
Khabar Odisha:Sports-cricket-love-proposal-in-live-match-in-IPL-in-Pune-of-Maharastra

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଛି । ଚେନ୍ନାଇର ପାଳି ଯେତେବେଳେ ଚାଲିଥିଲା, ସେହି ସମୟରେ ପଡ଼ିଆରେ କିଛି ବିରଳ ସମୟ ଆସିଥିଲା । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଜଣେ ଯୁବତୀ ନିଜର ପୁରୁଷ ବନ୍ଧୁଙ୍କୁ ପ୍ରେମ ନିବେଦନ କରିଥିଲେ । 

ଚେନ୍ନାଇ ପାଳିର ୧୧ତମ ଓଭରରେ ଯେତେବେଳେ ଏହି ପ୍ରେମ ଚାଲିଥିଲା, ଦର୍ଶକଙ୍କ ନଜର ଟିଭି ସ୍କ୍ରିନ ଉପରେ ଥିଲା । ଏଠାରେ ଜଣେ ଯୁବତୀ ଆଣ୍ଠୁମାଡ଼ି ପୁରୁଷବନ୍ଧୁଙ୍କୁ ପ୍ରେମ ନିବେଦନ କରିଥିଲେ । ପ୍ରେମ ପ୍ରସ୍ତାବ ପରେ ଉଭୟ ଜଣେ ଅନ୍ୟକୁ ଗଳାରେ ଲଗାଇଥିଲେ । 

ଯୁବକ ଜଣକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଜର୍ସି ପିନ୍ଧିଥିଲେ ଓ ଯୁବତୀ ଜଣକ ମଧ୍ୟ ନାଲି ପୋଷାକ ପିନ୍ଧିଥିଲେ । ପ୍ରେମ ପ୍ରସ୍ତାବ ସମୟରେ ଦର୍ଶକ ଜୋରଦାର ତାଳିମାରୁଥିଲେ । ଅଳ୍ପ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । 

ସୂଚନାଯୋଗ୍ୟ, ଆଇପିଏଲରେ ଏହା ପ୍ରଥମ ଥର ଘଟଣା ନୁହେଁ । ଏପରିକି ଖେଳାଳିଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦିଆଯାଇଛି । ଗତବର୍ଷ ଚେନ୍ନାଇର ଖେଳାଳି ଦୀପକ ଚାହରଙ୍କୁ ପଡ଼ିଆରେ ମ୍ୟାଚ ଶେଷ ହେବା ପରେ ନିଜର ବାନ୍ଧବୀ ପ୍ରୋପୋଜ କରିଥିଲେ । ଆଇପିଏଲ ଶେଷ ହେବା ପରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । 

 

  • Tags:

Subscribe

National International State Sports Entertainment