ଆଇପିଏଲ୍‌: କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ବିପକ୍ଷ ମ୍ୟାଚ ୮ ୱିକେଟ୍‌ରେ ଜିତିଲା ବାଙ୍ଗାଲୋର
Khabar Odisha:Sports-cricket-Royal-Challengers-Bangalore-won-by-8-wickets-against-Gujarat

ମୁମ୍ବାଇ, ମେ ୨୦ (ଖବର ଓଡ଼ିଶା): ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୬୭ତମ ମ୍ୟାଚ୍‌କୁ ଗୁଜରାଟ ଟାଇଟନ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିଣି ଗୁଜରାଟ ପ୍ରଥମେ ବ୍ୟାଟିଂ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ୫ଟି ୱିକେଟ ହରାଇ ୧୬୮ ରନ୍ କରିଥିଲା । 

୧୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳିରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା । ଫାଫ୍ ଡୁ’ ପ୍ଲେସିସଙ୍କ ଟିମ୍ ୧୮.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୭୦ ରନ୍ ସହ ମ୍ୟାଚ ଜିତିଥିଲା । ବାଙ୍ଗାଲୋରର ହିରୋ ଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ ୫୪ଟି ବଲ୍ ଖେଳି ୭୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୮ଟି ଚୌକା ଓ ୨ଟି ଛକା ସାମିଲ କରିଥିଲେ । ଡୁ’ ପ୍ଲେସିସ ୪୪ ରନ୍ ଓ ଗ୍ଲେନ ମେକ୍ସୱେଲ ଅପରାଜିତ ୪୦ ରନ୍ କରିଥିଲେ । ଏହି ମ୍ୟାଚ ଜିତିବା ପରେ ବାଙ୍ଗାଲୋର ପ୍ଲେଅଫ୍ ମ୍ୟାଚ୍ ଖେଳିବାର ଆଶା ଜାରି ରହିଛି । 

ପୂର୍ବରୁ ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୬୨ ରନ୍ ବଳରେ ଗୁଜରାଟ ଭଲ ସ୍କୋର କରିଥିଲା । ହାର୍ଦ୍ଦିକଙ୍କ ବ୍ୟତୀତ ଡେଭିଡ ମିଲର ୩୪ ରନ୍‌, ଋଦ୍ଧିମାନ ଶାହା ୩୧ ରନ୍‌, ରସିଦ ଖାନ ଅପରାଜିତ ୧୯ ରନ୍‌, ମ୍ୟାଥୁ ୱାଡେ ୧୬ ରନ୍ କରିଥିଲେ । 

 

  • Tags:

Subscribe

National International State Sports Entertainment