ଭାରତର ବିଶ୍ୱକପ ଅଭିଯାନରେ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଭୂମିକା ରହିବ: ରବି ଶାସ୍ତ୍ରୀ
Khabar Odisha:Sports-cricket-MS-Dhonis-role-massive-in-Indias-world-cup-campaign-says-Ravi-Shastri

ମୁମ୍ବାଇ, ମଇ ୨୨ (ଖବର ଓଡ଼ିଶା): ଭାରତୀୟ ଟିମର କୋଚ ରବି ଶାସ୍ତ୍ରୀ ମଙ୍ଗଳବାର କହିଛନ୍ତି, ଭାରତର ବିଶ୍ୱକପ ଅଭିଯାନରେ ମହେନ୍ଦ୍ର ସିଂହ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ତାଙ୍କର ଛୋଟ ଛୋଟ ଉପସ୍ଥିତି ଦଳକୁ ଆହୁରି ମଜବୁତ କରିବ । ଆଇସିସିର ଆଗାମୀ ଟୁର୍ଣ୍ଣାମେଣ୍ଟରେ ଧୋନୀଙ୍କ ବାମଦରେ କ’ଣ ଭାବୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଶାସ୍ତ୍ରୀ କହଛନ୍ତି, ସବୁବେଳେ ବ୍ୟାପକ ହେବ । ସେ କହିଛନ୍ତି, ୱିକେଟକିପର ଭାବେ ଯଦି ଦେଖିବା ତା’ଙ୍କର ଠାରୁ ଆଉ କେହି ଭଲ କରିପାରିବେ ନାହିଁ । କେବଳ କ୍ୟାଚ ନେବାରେ ନୁହେଁ ବରଂ ରନ ଆଉଟ ଏବଂ ଷ୍ଟମ୍ପିଂ କରିବାରେ ଧୋନୀ ଧୂରନ୍ଧର ଅଟନ୍ତି । 

ଏହି ମ୍ୟାଚରେ ଛୋଟ ଛୋଟ ସମୟ ଭିତରେ ସେ ଖେଳର ମୋଡ଼କୁ ବଦଳାଇ ପାରିବାର କ୍ଷମତା ରଖିଛନ୍ତି । ନିଜର ୪ର୍ଥ ବିଶ୍ୱକପ ଖେଳୁଥିବା ଧୋନୀ ଚେନ୍ନାଇ ସୁପର କିଙ୍ଗସ ତରଫରୁ ବିଗତ ଆଇପିଏଲରେ ୪୧୬ ରନ କରିଛନ୍ତି ଏବଂ ଶାସ୍ତ୍ରୀ କହିଛନ୍ତି, ଲିଗ ମ୍ୟାଚରେ ଧୋନୀ ବହୁତ ଉତ୍ସାହିତ ଥିଲେ । 

ଶାସ୍ତ୍ରୀ କହିଛନ୍ତି, ଆଇପିଏଲରେ ତାଙ୍କର ମୁଭମେଣ୍ଟଭଲ ଦେଖାଯାଇଛି । ମୁଖ୍ୟତଃ ସେ ଯେଭଳି ଭାବରେ ପ୍ରଦର୍ଶନ କରୁଥିଲେ ତାହା ଆଶ୍ଚର୍ଯ୍ୟଜନକ । ଧୋନୀ ଆଗାମୀ ବିଶ୍ୱକପରେ ବଡ଼ ଖେଳାଳି ହେବେ । ବିରୋଧୀ ଟିମ ଶକ୍ତିଶାଳୀ ହୋଇଥିବାରୁ ଏହା ଏକ ମଜବୁତ ବିଶ୍ୱକପ ହେବ । ବର୍ଷ ୨୦୧୪ରୁ ୨୦୧୯ ମଧ୍ୟରେ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖାଯାଇଛି ବୋଲି ଶାସ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି । ଆପଣମାନଙ୍କୁ ଜଣା ଥିବ ଯେ, ୨୦୧୪ରେ ଆଫଗାନିସ୍ତାନ ଏବଂ ବାଂଲାଦେଶର ସ୍ଥିତି କ’ଣ ଥିଲା ଏବଂ ଏବେ ଏହି ୨ ଟିମ କେତେ ମଜବୁତ ହୋଇଯାଇଛନ୍ତି । 

   

 

  • Tags:

Subscribe

National International State Sports Entertainment