ମୁମ୍ବାଇ, ମେ ୧୦ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ଜସପ୍ରୀତ ବୁମରା ସୋମବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚମକିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଲାଗି ସେ ନିଜର ୪ ଓଭର ବୋଲିଂରେ ୫ଟି ୱିକେଟ ନେଇଛନ୍ତି । ବୁମରାଙ୍କ ଏହି ପ୍ରଦର୍ଶନରେ କ୍ରିକେଟ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଏଥି ସହିତ ଗ୍ରାଉଣ୍ଡରେ ଉପସ୍ଥିତ ତାଙ୍କର ପତ୍ନୀ ସଂଜନା ଗଣେଶନ ମଧ୍ୟ ଖୁସି ଦେଖାଯାଇଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ଯେତେବେଳେ ଶେଷ ହୋଇଯାଇଥିଲା, ସଂଜନା ଗଣେଶନ ଟୁଇଟ କରିଥିଲେ । ସେ ଲେଖିଥିଲେ ଯେ, ମୋର ସ୍ୱାମୀ ଫାୟର । ସଂଜନା ଏଥି ସହିତ ଫାୟର ଇମୋଜୀ ମଧ୍ୟ ସେୟାର କରିଥିଲେ । ସୂଚନାଯୋଗ୍ୟ, ନିକଟରେ ରିଲିଜ ହୋଇଥିବା ‘ପୁଷ୍ପା’ ଫିଲ୍ମର ‘ଫ୍ଲାଓର ନହିଁ ଫାୟର’ ସଂଳାପ ବହୁତ ଚର୍ଚ୍ଚାକୁ ଆସିଥିଲା । ସେହିପରି ସଂଜନାଙ୍କ ପ୍ରତିକ୍ରିୟା ମଧ୍ୟ ଭାଇରାଲ ହୋଇଛି ।
ଜସପ୍ରୀତ ବୁମାର ଯେତେବେଳେ ପଡ଼ିଆରେ ଥିଲେ, ଗ୍ୟାଲେରିରେ ବସିଥିଲେ ସଂଜନା । ସେ ବୁମରାଙ୍କ ଖେଳ ଲାଇପ୍ରେ ଦେଖୁଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସଂଜନା ଗଣେଶନଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ କରିଛି, ଯେଉଁଥିରେ କି ସେ ଇସାରା କରୁଛନ୍ତି । କେବଳ ସଂଜନା ନୁହଁନ୍ତି, ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ ଓ ତାଙ୍କର ପତ୍ନୀ ଶ୍ଲୋକା ମଧ୍ୟ ବୁମରାଙ୍କ ପ୍ରଦର୍ଶନରେ ଖୁସି ଅନୁଭବ କରିଛନ୍ତି ।
ଆଇପିଏଲ୍-୨୦୨୨ର ୫୬ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦମଦାର ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍ରେ ପରାସ୍ତ କରିଛି । ମୁମ୍ବାଇର ଡ. ଡିୱାଇ ପାଟିଲ ଷ୍ଟାଡିୟମ୍ରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୧୬୫ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ଏହି ମ୍ୟାଚ୍ ଜିତିବ ବୋଲି ପ୍ରଶଂସକମାନେ ଆଶା କରୁଥିଲେ । କିନ୍ତୁ କୋଲକାତାର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ମୁମ୍ବାଇ ୧୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ରେ ଅଟକି ଯାଇଥିଲା ।