ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଠାରୁ କୋଲକାତା ନାଇଟ ରାଇଡର୍ସ ହାରିବାର ୫ଟି କାରଣ
Khabar Odisha:Sports-Five-reasons-of-KKR-lost-against-Mumbai-Indians-in-IPL-2020-5th-match

ଆବୁଧାବୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଗତକାଲି ଆବୁଧାବୀରେ ଆଇପିଏଲ-୧୩ର ୫ମ ମ୍ୟାଚ ଖେଳାଯାଇଛି । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ ବ୍ୟାଟିଂ କରିଥିଲା । କୋଲକାତାକୁ ଏହି ମ୍ୟାଚରେ ମୁମ୍ବାଇ ୪୯ ରନରେ ପରାସ୍ତ କରିଥିଲା । ଅଧିନାୟକ ରୋହିତ ଶର୍ମା ୮୦ ରନ ଯୋଡ଼ିଥିଲେ । ଟିମ ୨୦ ଓଭରରେ ୧୯୬ ରନ ସଂଗ୍ରହ କରିଥିଲା । ଏହା ପରେ କୋଲକାତା ୨୦ ଓଭରରେ ୯ଟି ୱିକେଟ ହରାଇ ୧୪୬ ରନ କରିଥିଲା । ତେବେ କୋଲକାତା ପାଖରେ ଏହି ମ୍ୟାଚ ଜିତିବାର ବଡ଼ ସୁଯୋଗ ଥିଲା । କିନ୍ତୁ ଟିମ ପରିଚାଳନାଗତ ସମସ୍ୟା ପାଇଁ ମ୍ୟାଚ ହାରିବାକୁ ପଡ଼ିଥିଲା । 

ପ୍ରଥମେ ବୋଲିଂ ନିଷ୍ପତ୍ତି ତ୍ରୁଟି ଥିଲା

କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଦିନେଶଙ୍କ ଏହି ନିଷ୍ପତ୍ତିରେ ତ୍ରୁଟି ଥିଲା ବୋଲି କୁହାଯାଉଛି । ମୁମ୍ବାଇ ଟିମ ପ୍ରଥମ ୬ ଓଭରରେ ୫୯ ରନ ସଂଗ୍ରହ କରିଥିଲା । ଏହାରି ମଧ୍ୟରେ ଆରମ୍ଭରୁ ଓପନର କୁଇଣ୍ଟନ ଡି କକ ଆଉଟ ହୋଇଥିଲେ ।

କେକେଆର ଖେଳାଳି କମିନ୍ସ ଦେଲେ ୪୯ ରନ

କୋଲକାତା ନାଇଟ ରାଇର୍ଡସ ଅଷ୍ଟ୍ରେଲିଆର ବୋଲର ପେଟ କମିନ୍ସଙ୍କୁ ନିଲାମ ଲାଗି ଏହି ଆଇପିଏଲରେ  ୧୫.୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । କିନ୍ତୁ ମୁମ୍ବାଇ ଟିମ କମିନ୍ସଙ୍କ ବଲରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୩ ଓଭରରେ ୪୯ ରନ ଖର୍ଚ୍ଚ କରିଥିଲେ । କମିନ୍ସ କୌଣସି ୱିକେଟ ନେଇ ନଥିଲେ । 

ପାୱାରପ୍ଲେରେ କୋଲକାତାର ଖରାପ ପ୍ରଦର୍ଶନ

କୋଲକାତା ଟିମ ପାୱାରପ୍ଲେ ସମୟରେ ଖରାପ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରେ ସନ୍ତୁଳନ ହରାଇଥିଲା । ପ୍ରଥମ ୬ ଓଭରରେ ୨ୱିକେଟ ହରାଇ ୩୩ ରନ କରିଥିଲା । ଟିମ ୯ମ ବଲରେ ପ୍ରଥମ ରନ ସଂଗ୍ରହ ହୋଇଥିଲା । 

ଧୀରେ ଖେଳିଲେ ଅଧିନାୟକ ଦିନେଶ କାର୍ତ୍ତିକ

କେକେଆର ଲାଗି ମଧ୍ୟବର୍ତ୍ତୀ ସମୟରେ ଦିନେଶ କାର୍ତ୍ତିକ ଓ ନୀତିଶ ରାଣା ଟିମର ଦାୟିତ୍ୱ ନେଇଥିଲେ । କିନ୍ତୁ ଲକ୍ଷ୍ୟ ବଡ଼ ସ୍କୋର ଥିଲେ ବି ସେମାନେ ଧୀରେ ଧୀରେ ଖେଳିଥିଲେ । ଏହି କାରଣରୁ ଟିମ ୧୫୦ ରନ ମଧ୍ୟ କରିପାରି ନଥିଲା । 

ଉତ୍ସାହ ଜନକ ନଥିଲା ରସେଲ-ମୋର୍ଗାନଙ୍କ ବ୍ୟାଟିଂ

କୋଲକାତାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ଓ ଇଆନ ମୋର୍ଗାନଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହ ଜନକ ନଥିଲା । ଉଭୟ ଖେଳାିଳି ୧୬ତମ ଓଭରରେ ମୁମ୍ବାଇ ବୋଲର ଯଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ । ରସେଲ ୧୧ ରନ ଓ ମୋର୍ଗାନ ୧୬ ରନ ଯୋଡ଼ି ଫେରିଯାଇଥିଲେ । 

 

  • Tags:

Subscribe

National International State Sports Entertainment