୪ର୍ଥ ଟେଷ୍ଟ: ଭାରତ ଠାରୁ ହାରିବା ପରେ ନିଜ ହୃଦୟର କଥା କହିଲେ ଇଂଲଣ୍ଡ ଅଧିନାୟକ ରୁଟ୍‌
Khabar Odisha:Sports-England-captain-Joe-Root-gives-the-credit-to-Indian-team-after-series-lost-in-Ahmedabad-test

ଅହମଦାବାଦ, ମାର୍ଚ୍ଚ ୦୭ (ଖବର ଓଡ଼ିଶା): ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚର ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଶେଷ ହୋଇଛି ।  ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତ ଗୋଟିଏ ଇନିଂସ ଏବଂ ୨୫ ରନରେ ବିଜୟୀ ହୋଇଛି । ଏଥି ସହିତ ଭାରତ ଶୃଙ୍ଖଳାକୁ ୩-୧ରେ ଜିତିବା ପରେ ଇଂଲଣ୍ଡର ଅଧିନାୟକ ଜୋଏ ରୁଟଙ୍କ ବୟାନ ଆସିଛି । 

ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳା ହାରିବାର କାରଣ କହିଛନ୍ତି ଜୋଏ ରୁଟ । ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରୁଟ କହିଛନ୍ତି ଯେ, ଆମ ପାଖରେ ମ୍ୟାଚ ଜିତିବା ଲାଗି ସୁଯୋଗ ଥିଲା । କିନ୍ତୁ ଆମେ ଏହା କରିପାରିଲୁ ନାହିଁ । ବିଗତ ୩ଟି ମ୍ୟାଚରେ ଭାରତ ଆମ ତୁଳନାରେ ଭଲ ଖେଳିଛି । ଶୃଙ୍ଖଳାକୁ ଏଭଳି ଶେଷ କରିବା ଆମପାଇଁ ନିରାଶଜନକ । କିନ୍ତୁ ଆମକୁ ଏକ ଟିମ ଭାବରେ ଆଗକୁ ବଢ଼ିବାକୁ ହେବ । 

ଶୃଙ୍ଖଳାର ୪ର୍ଥ ଟେଷ୍ଟ ମ୍ୟାଚର ୨ୟ ପାଳିରେ ଇଂଲଣ୍ଡର ଟିମ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛି । ଅଶ୍ୱିନ-ଅକ୍ଷର ଯୋଡ଼ି ୨ୟ ପାଳିରେ ୧୦ଟି ୱିକେଟ ନେଇଥିଲେ । ଉଭୟ ୫-୫ ୱିକେଟ ନେଇଥିଲେ । ପୂରା ଶୃଙ୍ଖଳାର କଥା ଯଦି କହିବା, ତା’ହେଲେ ଏହି ଶୃଙ୍ଖଳାରେ ଅଶ୍ୱିନ ୩୨ଟି ୱିକେଟ ନେଇଛନ୍ତି । ଅକ୍ଷର ପଟେଲଙ୍କୁ ୨୭ଟି ୱିକେଟ ମିଳିଛି । 

ଅନ୍ତିମ ଟେଷ୍ଟରେ ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦର ଭଲ ପ୍ରଦର୍ଶନ କରିଛନ୍ତି । ପନ୍ତ ପ୍ରଥମ ପାଳିରେ ୧୦୧ ରନ ଓ ସୁନ୍ଦର ଅପରାଜିତ ୯୬ ରନ କରିଥିଲେ । ଇଂଲଣ୍ଡକୁ ୩-୧ରେ ପରାସ୍ତ କରିବା ପରେ ଭାରତ ୱାଲ୍ଡ ଚାମ୍ପିଅନସିପର ଫାଇନାଲରେ ପହଂଚିଛି । ଭାରତ ଏବେ ଜୁନ ମାସରେ ଲଡର୍ସରେ ନ୍ୟୁଜିଲାଣ୍ଡକୁ ଭେଟିବ । 

 

  • Tags:

Subscribe

National International State Sports Entertainment