ନୂଆଦିଲ୍ଲୀ, ମେ ୦୭ (ଖବର ଓଡ଼ିଶା): ଇଂଲଣ୍ଡର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଟେଷ୍ଟ କ୍ରିକେଟରେ ଅଧିନାୟକ ହୋଇଥିବାରୁ ଉତ୍ସାହିତ ଦେଖାଯାଇଛନ୍ତି । ଷ୍ଟୋକ୍ସ ୱାଷ୍ଟରଶାୟର ବିରୋଧରେ କାଉଣ୍ଟି ଚାମ୍ପିଅନସିପ ଡିଭିଜନ-୨ରେ ଡରହମ ପାଇଁ ଖେଳି ୬୪ ବଲ୍ର ସାମ୍ନା କରି ଶତକ ହାସଲ କରିଛନ୍ତି । ସେ ବାମହାତୀ ସ୍ପିନର ଜୋଶ ବେକରଙ୍କ ଗୋଟିଏ ଓଭରରୁ ୩୪ ରନ୍ ସଂଗ୍ରହ କରି ଶତକ ପୂରଣ କରିଛନ୍ତି । ବେକରଙ୍କ ସେହି ଓଭରର ଶେଷ ବଲ ବାଉଣ୍ଡ୍ରୀରେ ଲାଗିଥିବା ଦଉଡ଼ି ପାଖରେ ପଡ଼ିଥିଲା । ଅର୍ଥାତ ଏହା ୬ ରନ୍ ହୋଇପାରି ନଥିଲା । ଫଳରେ ଷ୍ଟେକ୍ସ ୬ଟି ବ୍ଲରେ ୬ ଛକା ମାରି ଆଉ ଏକ ରେକର୍ଡ କରିପାରି ଥାନ୍ତେ ।
ବେନ୍ ଷ୍ଟୋକ୍ସ ୫୯ଟି ବଲ୍ ଖେଳି ୭୦ ରନ୍ ସଂଗ୍ରହ କରିସାରିଥିଲେ । ଏହି ସମୟରେ ସ୍ପିନର ଜୋସ ବେକର ବୋଲିଂ କରିବାକୁ ଆସିଥିଲେ । ବେନ୍ ଷ୍ଟୋକ୍ସ ଓଭରର ପ୍ରଥମ ୫ଟି ବଲ୍କୁ ଛକା ମାରିଥିଲେ । କନ୍ତୁ ଶେଷ ବଲ ଛକା ହୋଇପାରି ନଥିଲା । ବେନ ଷ୍ଟୋକ୍ସ ୮୮ଟି ବଲ୍ ସାମ୍ନା କରି ୧୬୧ ରନ୍ କରି ଆଉଟ୍ ହୋଇଥିଲେ । ନିଜ ପାଳିରେ ଷ୍ଟେକ୍ସ ୧୭ ଛକା ଓ ୮ଟି ଚୌକା ମାରିଥିଲେ । ଷ୍ଟୋକ୍ସଙ୍କ ବଳରେ ଡରହମ ୬ ୱିକେଟ ବିନିମୟରେ ୫୮୦ ରନ୍ ସଂଗ୍ରହ କରିଥିଲା ଏବଂ ପାଳି ଘୋଷଣା କରିଥିଲା । ସୂଚନାଯୋଗ୍ୟ, ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୩ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।