ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ପୋଲିସ ପ୍ରସ୍ତୁତ, ପ୍ରତି ଗ୍ୟାଲେରୀରେ ଖୋଲିବ ହେଲ୍ପ ଡେସ୍କ
Khabar Odisha:Sports-State-Odisha-India-vs-westindies-Match-in-Barabati-Stadium
କଟକ, ଡିସେମ୍ବର ୦୭ (ଖବର ଓଡ଼ିଶା):

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମୁକାବିଲା ଡିସେମ୍ବର ୨୨ରେ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ସୁରକ୍ଷା ନେଇ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ୨୨ରେ କଟକରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ପାଇଁ ବାରବାଟୀ ଷ୍ଟାଡିଅମର ସୁରକ୍ଷା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।

ବାରବାଟୀରେ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଷ୍ଟାଡିୟମରେ ବସି କ୍ରିକେଟର ମଜା ନେବାକୁ ପ୍ରଶଂସକ ଅନଲାଇନରେ ଟିକେଟ କ୍ରୟ କରି ସାରିଲେଣି । ଏବେ କେବଳ ୧୯ରୁ ଷ୍ଟାଡିୟମ କାଉଣ୍ଟରରୁ ଟିକଟ୍ ଲାଗି ଧାଡ଼ିରେ ଛିଡ଼ା ହୋଇ ଟିକେଟ କିଣିବାକୁ ପଡ଼ିବ। ସୁରକ୍ଷା ଦୃଷ୍ଟିରୁ ବାରବାଟୀର ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ତଳ ବାଲିଯାତ୍ରା ପଡ଼ିଆରେ ଫ୍ୟାନ ଜୋନ୍ ମଧ୍ୟ ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ଆଜି ବାରବାଟୀ ଷ୍ଟାଡିଅମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ସୁରକ୍ଷାର ସମୀକ୍ଷା କରିଛନ୍ତି । 

ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

  • Tags:

Subscribe

National International State Sports Entertainment