ନୂଆଦିଲ୍ଲୀ, ମେ ୦୭ (ଖବର ଓଡ଼ିଶା): କିମ୍ ଶର୍ମା ଓ ଲିଆଣ୍ଡର ପେସ୍ଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖବର । ରିପୋର୍ଟ ଅନୁସାରେ କିମ୍ ଓ ଲିଆଣ୍ଡର ପେସ୍ ଖୁବ୍ ଶୀଘ୍ର ବିବାହ କରିପାରନ୍ତି । ମାତ୍ର ଏହା ଭବ୍ୟ ଆୟୋଜନ ହେବ ନାହିଁ । ଦଂପତି କୋର୍ଟରେ ବିବାହ କରିବାକୁ ଯୋଜନା କରୁଛନ୍ତି ।
ଯେଉଁ ସମୟରେ ବଲିଉଡରେ ସେଲେବ୍ସଙ୍କ ବିବାହ ଋତୁ ଚାଲିଛି, ନୂଆ ନୂଆ ଯୋଡ଼ି ଏଥିରେ ତାଲିକାଭୁକ୍ତ ହେଉଛନ୍ତି । ଆଲିଆ ଓ ରଣବୀରଙ୍କ ପରେ ଅଥିୟା ଶେଟ୍ଟୀ ଓ କେଏଲ ରାହୁଲଙ୍କ ବିବାହ ଡିସେମ୍ବରରେ ହେବ ବୋଲି କୁହାଯାଉଛି । କିମ ଓ ଲିଆଣ୍ଡର ମଧ୍ୟ ଖୁବ ଶୀଘ୍ର ଭଲ ଖବର ଦେଇପାରନ୍ତି । ଉଭୟଙ୍କୁ ସେମାନଙ୍କର ଅଭିଭାବକଙ୍କ ଆଶୀର୍ବାଦ ମିଳିଛି । ସେମାନଙ୍କ ସଂପର୍କକୁ ପରିବାର ଲୋକେ ମଂଜୁରୀ ଦେଇଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ କିମ ଓ ଲିଆଣ୍ଡର କୋର୍ଟରେ ବିବାହ କରିପାରନ୍ତି । ଲିଆଣ୍ଡର ଓ କିମଙ୍କ ଅଭିଭାବକ ମୁମ୍ବାଇରେ ଭେଟ ହୋଇଥିଲେ । ଏହି ଦେଖାସାକ୍ଷାତ ସମୟରେ କିମ ଶର୍ମାଙ୍କ ବାନ୍ଦ୍ରାସ୍ଥିତ ଘରେ କୋର୍ଟ ବିବାହ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ କ’ଣ କଥା ହୋଇଛି, ତାହା ଖୁବ ଶୀଘ୍ର ଜଣାପଡ଼ିବ ।
ସୂଚନାଯୋଗ୍ୟ, କିମ୍ ଶର୍ମା ୨୦୧୦ରେ ବିଜନେସମେନ ଅଲୀ ପୁନଜାନୀଙ୍କୁ ବିବାହ କରିଥିଲେ । ଏହି ସଂପର୍କ ବେଶୀ ଦିନ ତିଷ୍ଠି ପାରି ନଥିଲା । ୨୦୧୬ରେ ତଲାକ ହୋଇଥିଲା । ଯୁବରାଜ ସିଂହଙ୍କ ସହିତ କିମଙ୍କର ସଂପର୍କ ନେଇ ଅତୀତରେ ଚର୍ଚ୍ଚା ହୋଇଥିଲା ।