ରୋହିତ ଶର୍ମା ଯାହା କରିପାରିବେ ବିରାଟ କୋହଲି ତାହା କରିପାରିବେ ନାର୍ହି: ସେହେୱାଗ
Khabar Odisha:Sports-India-vs-Bangladesh-t20i-series-what-Rohit-can-do-even-Virat-cannot-do-says-Virender-Sehwag

ନୂଆଦିଲ୍ଲୀ, ନଭେମ୍ବର ୦୮ (ଖବର ଓଡ଼ିଶା): ହିଟମ୍ୟାନ ରୋହିତ ଶର୍ମା ଯାହା କରିପାରିବେ ବିରାଟ କୋହଲି ତାହା କରିପାରିବେ ନାହିଁ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗ ଏହା କହିଛନ୍ତି । ବାଂଲାଦେଶ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ୨ୟ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ନିଜ ଟିମକୁ ବିଜୟ ଦେଇଛନ୍ତି । ବାଂଲାଦେଶକୁ ଭାରତ ୮ ୱିକେଟରେ ଗୁରୁବାର ପରାସ୍ତ କରିଛି । ରୋହିତ ନିର୍ଭୟ ଭାବେ ବ୍ୟାଟିଂ କରି ୪୩ଟି ବଲରେ ୮୫ ରନ କରିଥିଲେ । ସେ ୬ଟି ଚୌକା ଓ ୬ଟି ଛକା ମଧ୍ୟ ମାରିଥିଲେ । 

ବୀରେନ୍ଦ୍ର ସେହେୱାଗ ମ୍ୟାଚର ବିଶ୍ଲେଷଣ କରିବା ପରେ ରୋହତିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ସେ କହିଛନ୍ତି, ଟିମ ଇଣ୍ଡିଆରେ ସଚିନ ତେନ୍ଦୁଲକର ଯେଉଁ କାମ କରୁଥିଲେ, ତାହା ଏବେ ରୋହିତ ଶର୍ମା କରୁଛନ୍ତି । ରୋହିତ ନିର୍ଭୟ ହୋଇ ଖେଳୁଥିବାରୁ ଭାରତୀୟ ଟିମକୁ ଲାଭ ହେଉଛି । ରୋହିତ ବେଳେ ବେଳେ ଗୋଟିଏ ଓଭରରେ ୩ରୁ ୪ ଛକା ମାରିଛନ୍ତି । ୨୪ଟି ବଲରେ ୯୦ରୁ ୧୦୦ ରନ କରିବା ସହଜ କଥା ବୋଲି ସେହେୱାଗ କହିଛନ୍ତି । 

ରୋହିତ ଶର୍ମା (୮୫ରନ)ଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଗୁରୁବାର ବାଂଲାଦେଶକୁ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିବା ସହିତ ଶୃଙ୍ଖଳା୧-୧ରେ ସ୍ଥିତିକୁ ଆଣିପାରିଛି ।

 

  • Tags:

Subscribe

National International State Sports Entertainment