ଆଇପିଏଲ: ରାଜସ୍ଥାନ ବିପକ୍ଷରେ ବିଜୟ ପରେ ନିଜ ବୋଲରଙ୍କୁ ପ୍ରଶଂସା କଲେ ଶ୍ରେୟସ ଆୟର
Khabar Odisha:Sports-IPL-cricket-Delhi-capitals-captain-Shreyas-Iyer-said-we-thought-it-was-low-score-but-the-our-bowlers-did-a-great-job

ଶାରଜା, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଇପିଏଲ ୨୦୨୦ର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମିଳିଥିବା ବିଜୟ ନେଇ ଖୁସି ପ୍ରକାଶ କରିଛନ୍ତି । ସେ ନିଜର ବୋଲରଙ୍କୁ ବହୁ ପ୍ରଶଂସା କରିଛନ୍ତି । ଯୁବ ଅଧିକାନୟକ ଆୟର ଭାବୁଥିଲେ ଯେ, ୧୮୫ ରନ୍‌ର ବିଜୟ ଲକ୍ଷ୍ୟ କମ ହେବ । କିନ୍ତୁ ବୋଲରମାନେ ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି । ଶିମରନ ହେଟମେୟରଙ୍କ ୪୫ ରନ ଓ ମାର୍କ ଷ୍ଟୋଇନିସଙ୍କ ୩୯ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନ କରିଥିଲା । 

ଦିଲ୍ଲୀ କ୍ୟାପିଟାଲ୍ସ ଲାଗି କାଗିସୋ ରାବଡ଼ା ୩, ରବିଚନ୍ଦ୍ରନ ଅଶ୍ୱିନ ଓ ମାର୍କସ ଷ୍ଟୋଇନିସ ୨-୨ ୱିକେଟ ନେଇଥିଲେ । ଶାରଜା ପଡ଼ିଆ ଛୋଟ ଥିବାରୁ ୨୦୦ ରନକୁ ବଡ଼ ଲକ୍ଷ୍ୟ କୁହାଯାଇ ନଥାଏ । ଆୟର ମ୍ୟାଚ ପରେ କହିଛନ୍ତି, ପ୍ରଥମ ଇନିଂସ ପରେ ଆଭେ ଯେଭଳି ପ୍ରଦର୍ଶନ କଲୁ ଏହାକୁ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଆମେ ଭାବିଥିଲୁ ଯେ, କମ ରନ ସଂଗ୍ରହ କରିଛୁ । କିନ୍ତୁ ବୋଲରମାନେ ଭଲ ବୋଲିଂ କରିଥିଲେ । 

ୱିକେଟ ସଂପର୍କରେ ଆୟର କହିଛନ୍ତି, ଲଗାତାର ୱିକେଟ ପଡ଼ିବା ନେଇ ଆମେ ଚିନ୍ତିତ ଥିଲୁ । କିନ୍ତୁ ବୋଲରମାନେ ଯେଭଳି ଭାବେ ବୋଲିଂ କରିଥିଲେ, ତାହା ରଣନୀତିର ଫଳ । ପ୍ରଦର୍ଶନ ନେଇ ମୁଁ ଖୁସି ଅନୁଭବ କରୁଛି । ଆମର ଟିମ ମଧ୍ୟ ଖୁସି ଅଛନ୍ତି ବୋଲି ଆୟର କହିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସର ଏହା ଥିଲା ୬ଷ୍ଠ ମ୍ୟାଚ । ଟିମ ୧୦ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ପହଂଚିଛି । 

    

 

  • Tags:

Subscribe

National International State Sports Entertainment