ଉତ୍ତରପ୍ରଦେଶ: କାନପୁରର ଗ୍ରୀନ ପାର୍କରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ଆଜି ଦ୍ଵିତୀୟ ଦିନ। ବର୍ତମାନ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ବୋଲିଂ କରୁଥିବା ବେଳେ, ପ୍ରଶଂସକ ମାନଙ୍କୁ ଭାରତର ବ୍ୟାଟିଙ୍ଗ ପାଇଁ ରହିଛି ଅପେକ୍ଷା । ଏହି ସମୟରେ ରୋହିତ ଶର୍ମାଙ୍କ କ୍ୟାଚ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଆଣିଦେଇଥିଲା। ୫୦ ଓଭରର ଚତୁର୍ଥ ବଲରେ ଲିଟନ ଦାସ ମହମ୍ମଦ ସିରାଜଙ୍କୁ ଚୌକା ମାରିବା ଲକ୍ଷ୍ୟରେ ପଦଚାଳନା କରି ଅଫ ସାଇଡରେ ବଲକୁ ମାରିଥିଲେ। ବଲଟି ୩୦ ୟାର୍ଡ଼ ମଧ୍ୟରେ ଉପସ୍ଥିତ ଥିବା ରୋହିତ ଶର୍ମାଙ୍କ ମୁଣ୍ଡ ଉପର ଦେଇ ଗତି କରୁଥିବା ବେଳେ ରୋହିତ ଲମ୍ଫ ଦେଇ ଶୂନ୍ୟରେ କ୍ୟାଚଟିକୁ ଗୋଟିଏ ହାତରେ ଧରିନେଇଥିଲେ। ଏହି କ୍ୟାଚ ଏବେ ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଦ୍ବିଗୁଣିତ କରିତୋଳିଥିଲା। ବାସ୍ତବରେ ଏହି କ୍ୟାଚ ଦେଖିବା ଯୋଗ୍ୟ ଥିଲା।
ସୂଚନାଯୋଗ୍ୟ କାନପୁରର ଗ୍ରୀନ ପାର୍କ ଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶୃଙ୍ଖଳା ୨୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ୨ ଦିନ ବର୍ଷା ପାଇଁ ଖେଳ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ସମୟେ ସମୟେ ବର୍ଷା ପାଇଁ ବାଧା ସୃଷ୍ଟି ହୋଇଛି। ତେବେ ଭାରତୀୟ ଦର୍ଶକ ତଥା ପ୍ରଶଂସକ ଭାରତର ବ୍ୟାଟିଙ୍ଗ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।