କୋଭିଡ ସହିତ ଲଢିବା ପାଇଁ ୭.୫ କୋଟି ଦେବାକୁ ଘୋଷଣା କଲା ରାଜସ୍ଥାନ ରୟାଲ୍ସ
Khabar Odisha:Rajasthan-Royals-donate-₹75-crore-to-help-India-fight-Covid-19

ଏପ୍ରିଲ୨୮(ଖବର ଓଡିଶା); ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ କରୋନା ସହିତ ଲଢୁଥିବା ଭାରତିୟଙ୍କୁ ସହାଯ୍ୟ ସ୍ୱରୁପ ୭.୫ କୋଟି ଦେବାକୁ ଘୋଷଣା କରିଛି । ଭାରତର ଏହି ସମସ୍ୟା କାଳରେ ଦଳର ଖେଳାଳୀମାନଙ୍କ ସହିତ, ଦଳର ମାଲିକ, ଏବଂ ମ୍ୟନେଜମେଣ୍ଟ ଏବଂ ରାଜସ୍ଥାନ ରୟାଲ୍ସ ଫାଉଣ୍ଡେସନ ଓ ବ୍ରିଟିଷ୍ ଏସିଆନ ଟ୍ରଷ୍ଟ ସମସ୍ତେ ଆଗକୁ ଆସି ଏହି ପାଣି୍ଠ ଯୋଗାଡ କରିଛନ୍ତି ।

ବ୍ରିଟିଷ୍ ଏସିଆନ ଟ୍ରଷ୍ଟ ଭାରତୟ ସରକାରଙ୍କ ସହିତ ମିଳିତ ଭାବରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଯେପରିକି ଶିକ୍ଷା, କୁଶଳ ବିକାଶ । ଏହାର ମୁଖ୍ୟ ଅକ୍ସିଜେନ ଫର ଇଣ୍ଡିଆ ଅଭିଯାନ ଆରମ୍ଭ କରି ଭାରତକୁ ଅକ୍ସିଜେନ କନସଣ୍ଟ୍ରେଟର୍ସ ଏବଂ ବିଭିନ୍ନ ମେଡିକାଲ ଉପକରଣ ଯୋଗାଇ ଦେଉଛି ।

ରାଜସ୍ଥାନ ରୟାଲ୍ସର ଏହି ପାଣ୍ଠି ସମଗ୍ର ଭାରତରେ କରୋନାରେ ଲଢେଇରେ ସାହାଯ୍ୟ କରିବ ବୋଲି କୁହାଯାଇଛି । ଦଳ ପକ୍ଷରୁ ଆଗକୁ ଏହି ପରି ସହାର୍ଯ୍ୟ ଜାରି ରହିବ ବୋଲି ମ୍ୟନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

  • Tags:

Subscribe

National International State Sports Entertainment