ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳା ଯାଉଛି । ଭାରତର ଅଷ୍ଟ୍ରେଲିଆ ଗସ୍ତ ସରିବା ପରେ ଭାରତୀୟ ଦଳ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନି ମ୍ୟାଚର ଦିନିକିଆ ସିରିଜ୍ ଖେଳିବ । ଇଂଲଣ୍ଡ ବିପକ୍ଷ ସିରିଜ୍ ଜରିଆରେ ଭାରତ ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି କରିବ । ବିସିସିଆଇ ଆଗାମୀ ଦିନରେ ଇଂଲଣ୍ଡ ଟି-୨୦ ଓ ଦିନିକିଆ ସିରିଜ୍ ସହିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦଳ ଘୋଷଣା କରିପାରେ ।
ଇଂଲଣ୍ଡ ବିପକ୍ଷ ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ ହେବ । ଏହା ପରେ ଫେବୃଆରୀ ୬ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦଳ ପରଖିବ । ଦିନିକିଆ ସିରିଜ୍ ସଂପନ୍ନ ପରେ ଭାରତୀୟ ଦଳ ଫେବୃଆରୀ ୧୨ ତାରିଖରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ଅଭିମୁଖେ ଯାତ୍ରା କରିବ । ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିଜର ପ୍ରଥମ ମୁକାବିଲା ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ ।
ବଡ ଖେଳାଳିଙ୍କୁ ମିଳିବ ବିଶ୍ରାମ
ବିସିିସିଆଇର କାର୍ଯ୍ୟଭାର ପ୍ରବନ୍ଧକ ନୀତି ଅନୁସାରେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯିବ । ଏହା ବ୍ୟତୀତ ଶୁଭମନ ଗିଲ୍, ଋଷଭ ପନ୍ତ ଓ ଯଶସ୍ୱୀ ଜୟସ୍ୱାଲଙ୍କ ପରି ଖେଳାଳିଙ୍କୁ ଟି-୨୦ ସିରିଜରେ ସାମିଲ କରାଯିବ ନାହିଁ ।
ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ବୁମରା ଦୀର୍ଘ ଦିନ ଧରି ଲଗାତାର କ୍ରିକେଟ୍ ଖେଳୁଛନ୍ତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ତାଙ୍କୁ ଫିଟ୍ ରଖିବା ଆମର ସବୁଠୁ ବଡ ଦାୟିତ୍ୱ । ଏଥିପାଇଁ ତାଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯିବ ।
ସମ୍ଭାବିତ ଟି-୨୦ ଦଳ
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଧଳ ବଲର ବିଶେଷଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳୀବ । ସଞ୍ଜୁ ସାମସନ, ଅକ୍ଷର ପଟେଲ୍, ରିଙ୍କୁ ସିଂ ଓ ତିଳକ ବର୍ମାଙ୍କ ପରି ଖେଳାଳିଙ୍କୁ ଆଶାନୁରୂପ ଭାବେ ଦଳରେ ସ୍ଥାନ ମିଳିବ । କୁଲଦୀପ ଯାଦବ ଓ ମହମ୍ମଦ ଶାମିଙ୍କୁ ଫିଟନେସ୍ ଆଧାରରେ ଦଳରେ ସାମିଲ କରାଯାଇପାରେ ।
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ସଞ୍ଜୁ ସାମସନ(ୱିକେଟ୍ କିପର), ଋତୁରାଜ ଗାଏକ୍ୱାଡ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଶିବମ ଦୁବେ, ଅର୍ଶଦୀପ ସିଂ, ହର୍ଷିତ ରାଣା, ତିଳକ ବର୍ମା, ବରୁଣ ଚକ୍ରବର୍ତ୍ତୀ, ରିୟାନ ପରାଗ(ଫିଟ୍ ଥିବା ଆଧାରରେ), ମହମ୍ମଦ ଶାମି(ଫିଟ୍ ଥିଲେ) ।
ସମ୍ଭାବିତ ଦିନିିକିଆ ଦଳ
ଦିନିକିଆ ଦଳର ଦାୟିତ୍ୱ ରୋହିତ ଶର୍ମାଙ୍କ କାନ୍ଧରେ ରହିବ । ବିରାଟ କୋହଲି, ଯଶପ୍ରୀଥ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଅନୁଭବୀ ଖେଳାଳି ଦିନିକିଆ ଦଳକୁ ମଜବୁତ ପ୍ରଦାନ କରିବେ । ନୀତିଶ ରେଡ୍ଡୀଙ୍କୁ ଦଳରେ ସୁଯୋଗ ମିଳିପାରେ ।
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ, କୁଲଦୀପ ଯାଦବ(ଫିଟ୍ ଥିବା ଆଧାରରେ), ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, ଶ୍ରେୟସ, ଯଶପ୍ରୀତ ବୁମରା, ମହମ୍ମଦ ଶାମି(ଫିଟ୍ ଥିବା ଆଧାରରେ) ।