କୁଲଦୀପ ଯାଦବଙ୍କୁ ଅଧିକ ଭେରିଏସନ ଶିଖିବା ଆବଶ୍ୟକ - ଶିବରାମକ୍ରୀଷ୍ଣ
Khabar Odisha:Kuldeep-Yadav-needs-to-learn-more-variation---Shivramakrishna
ନୂଆଦିଲ୍ଲୀ, ଜୁନ ୨୭ (ଖବର ଓଡ଼ିଶା):

ଭାରତୀୟ ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାଠୁ ବହୁ ଉଲେଖନୀୟ ସଫଳତା ହାସଲ କରିଛନ୍ତି ।ଏବେବି କୁଲଦୀପଙ୍କ ଭେରିଏସନକୁ ବହୁ ବଡ ବଡ଼ ବ୍ୟାଟ୍ସମ୍ୟାନ ବୁଝିପାରିନାହାନ୍ତି । ତଥାପି ବିଶ୍ୱ କ୍ରିକେଟରେ ସଫଳତା ପାଇବାକୁ ହେଲେ ତାଙ୍କୁ ବୋଲିଂରେ ଆହୁରି ଉର୍ନ୍ନତି କରିବା ଦରକାର ବୋଲି ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରୀଷ୍ଣ କହିଛନ୍ତି ।

କ୍ରିକେଟରେ ବିଶେଷ ଭାବରେ ବ୍ୟାଟ୍ସମ୍ୟାନଙ୍କ ଖେଳ । ଏହି ଖେଳରେ ଜଣେ ବୋଲରକୁ ସଫଳ ହେବାକୁ ହେଲେ ବହୁତ କିଛି ଆପଣାଇବାକୁ ପଡିଥାଏ । ଏବେକାର ସ୍ପିନର ମାନଙ୍କୁ ଜଣେ ବ୍ୟାଟସମ୍ୟାନ ଛକା ମାରିବା ପରେ ବୋଲର ମାନେ ସାଧାରଣତଃ ଅଧିକ ବେଗରେ ବୋଲିଂ କରିଥାନ୍ତି ।ଯାହା କରିବା ଆଦୌ ଉଚିତ ନୂହେଁ । ସଫଳତା ହାସଲ କରିବାକୁ ହେଲେ ଧର୍ଯ୍ୟ ରଖିବା ନିହାତି ଦରକାର ବୋଲି  ଏହି ପୂର୍ବତନ ଭାରତୀୟ ସ୍ପିନର ମତ ଦେଇଛନ୍ତି । 

ବର୍ତ୍ତମାନ ସୁଦ୍ଧା କୁଲଦୀପ ଯାଦବ ଭାରତ ପାଇଁ 6ଟି ଟେଷ୍ଟ, 60 ଟି ଦିନିକିଆ ଏଵଂ 20 ଟି ଟି -ଟ୍ୱେଣ୍ଟି ମ୍ୟାଚ ଖେଳି ଯଥାକ୍ରମେ 24, 104 ଏଵଂ 39 ଟି ୱିକେଟ ଅକ୍ତିଆର କରିଛନ୍ତି ।

  • Tags:

Subscribe

National International State Sports Entertainment