ଚଳିତ ଆଇପିଏଲ୍ର ଅବଶିଷ୍ଟାଂଶ ଓ ଡବ୍ଲ୍ୟୁଟିସି ଫାଇନାଲ୍ରୁ ବାଦ୍ ପଡିଲେ କେ ଏଲ୍ ରାହୁଲ ଭୁବନେଶ୍ୱର, ମଇ ୬ (ଖବର ଓଡ଼ିଶା) Share story: ନିକଟରେ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ ଲକ୍ଷ୍ନୌରେ ଆର୍ସିବି ଓ ଏଲ୍ଏସଜି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏଲ୍ଏସ୍ଜି ଅଧିନାୟକ କେଏଲ୍ ରାହୁଲ ଆହତ ହେବା ପରେ ଆଇପିଏଲ୍ର ଅବଶିଷ୍ଟାଂଶରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଏଥି ସହିତ ଜୁନ୍ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରୁ ମଧ୍ୟ ବଞ୍ଚିତ ରହିବେ। ତେବେ ସୂଚନା ମୁତାବକ ‘‘ଡାକ୍ତରୀ ଦଳ ସହ ପରାମର୍ଶ ପରେ ଖୁବ୍ ଶୀଘ୍ର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ଆସନ୍ତା ସପ୍ତାହଗୁଡିକରେ ମୋତେ ପୁନଃଥଇଥାନ ଉପରେ ଏକାଗ୍ରତା ରଖିବାକୁ ହେବ ଓ ଆଇପିଏଲ୍ର ଗୁରୁତ୍ବପୂର୍ଣ୍ଣ ସମୟରେ ଖେଳିନପାରିବା ଏବଂ ଡବଲ୍ୟୁଟିସି ଫାଇନାଲ୍ରୁ ବଞ୍ଚିତ ହେବା ମୋ ପାଇଁ କଷ୍ଟକର ନିଷ୍ପତି ବୋଲି ରାହୁଲ୍ କହିଛନ୍ତି। ଏଲ୍ଏସ୍ଜି ଅଧିନାୟକ ଭାବେ ମୋତେ ଗଭୀର ଆଘାତ ଲାଗିଛି କିନ୍ତୁ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆତ୍ମବିଶ୍ବାସ ରଖିଛି। "ପଡ଼ିଆରେ ରହି ମୁଁ ନିଶ୍ଚିତ ଉତ୍ସାହିତ କରିବି’’ ବୋଲି ସେ ପ୍ରକାଶ କରିଛନ୍ତି। ଆର୍ସିବି ବିପକ୍ଷରେ ଫିଲ୍ଡିଂ କରୁଥିବା ସମୟରେ ରାହୁଲଙ୍କ ଡାହାଣ ପଟ ଜଙ୍ଘରେ ଆଘାତ ଲାଗିଥିଲା। ତେବେ ଅସ୍ତ୍ରୋପଚାର ପରେ ରାହୁଲ ଲମ୍ବା ବିରାମରେ ରହିବାକୁ ନେଇ ଆଶଙ୍କା ରହିଛି। ୨୦୨୨ରେ ସ୍ପୋର୍ଟସ ହାର୍ଣ୍ଣିଆର ଅସ୍ତ୍ରୋପଚାର କରାଇଥିବା ରାହୁଲଙ୍କ ପାଇଁ ଏହା ଦ୍ବିତୀୟ ପ୍ରମୁଖ ଅସ୍ତ୍ରୋପଚାର ହେବ। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ବିସିସିଆଇ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଷ୍ଟାଣ୍ଡବାଇ ରଖିବାର ସମ୍ଭାବନା ରହିଛି। ଖରାପ ଫର୍ମ କାରଣରୁ ଟେଷ୍ଟ୍ ଦଳରୁ ବାଦ୍ ପଡ଼ିଥିବା ସୂର୍ଯ୍ୟକୁମାର ଚଳିତ ଅଇପିଏଲ୍ରେ ଭଲ ଖେଳୁଛନ୍ତି। ବିସିସିଆଇ ଆନୁଷ୍ଠାନିକ ଭାବେ କିଛି ନିଷ୍ପତି ନେଇନଥିଲେ ମଧ୍ୟ ୟୁକେ ଭିସା ସଚଳ ରଖିବାକୁ ସୂର୍ଯ୍ୟଙ୍କୁ କୁହାଯାଇଛି ବୋଲି ଖବର ମିଳିଛି। ତେବେ ପୂର୍ବରୁ ଡବଲ୍ୟୁଟିସି ଫାଇନାଲ୍ ପାଇଁ ସର୍ଫରାଜ ଖାନ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ମୁକେଶ କୁମାରଙ୍କୁ ବିସିସିଆଇ ଷ୍ଟାଣ୍ଡବାଇ ତାଲିକାରେ ରଖିଛି। ତେବେ କେଏଲ୍ ରାହୁଲ୍ ଆଗାମୀ ମ୍ୟାଚ୍ ଗୁଡିକରେ ବାଦ୍ ପଡ଼ିବାରୁ ରାହୁଲ୍ ପ୍ରେମୀ ମାନଙ୍କ ମନରେ ଆଘାତ ପହଞ୍ଚିଛି । #klrahul #IPL2023 #klrahulinjury #rcbvslsg #wtcfinal #Khabarodisha ଖବର ଓଡ଼ିଶା, Reporter, 06/05/2023