ଜ୍ୟୋତି ୟାରାଜୀ ରଚିଲେ ଇତିହାସ। ଇରାନ ତେହରାନରେ ଚାଲିଥିବା ଏସିଆନ୍ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଆ ଆନସିପରେ ରିଲାଏନ୍ସ ଫାଉଣ୍ଡେସନର ଆଥଲେଟ ଜ୍ୟୋତି ୟାରାଜୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଜ୍ୟୋତି ୬୦ ମିଟର ହର୍ଡଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହା ଭାରତର ପ୍ରଥମ ପଦକ ହୋଇଛି I ଏହା ସହ ସେ ୮.୧୨ ସେକେଣ୍ଡର ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
ଏହି ପ୍ରତିଯୋଗିତା ପାଇଁ ଜ୍ୟୋତି ଭୁବନେଶ୍ଵର ସ୍ଥିତ କଳିଙ୍ଗ ଇନ୍ଡୋର ଆଥଲେଟିକ ଷ୍ଟାଡିୟମରେ ତାଲିମ ନେଇଥିଲେ । ୨୦୨୧ରେ ସେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ କାର୍ଯ୍ୟକ୍ରମକୁ ମନୋନୀତ ହୋଇ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ ପରଫରମାନ୍ସ୍ ସେଣ୍ଟରର ଅନ୍ତେବାସୀ ଆଥଲେଟ ହୋଇଥିଲେ। ଏବେ ସେ ଉଲ୍ୱରେ ଜିଓ ଇନଷ୍ଟିଚ୍ୟୁଟରେ ଅବସ୍ଥିତ ଆରଏଫ୍ ନ୍ୟାସନାଲ ଆଥଲେଟିକ୍ସ ସେଣ୍ଟରରେ ତାଲିମ ନେଉଛନ୍ତି ।
ସେ ପୂର୍ବରୁ ଜାତୀୟ ସ୍ତରରେ ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବରେ ସମ୍ମାନିତ ହୋଇଥିଲେ । ଏଥିସହିତ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ଜିତିଥିଲେ। ତେବେ ଇରାନରେ ଏହି ଇତିହାସ ରଚିବା ପରେ ଭାରତ ତଥା ଓଡିଶା ଏଚପିସିର ମାନ ବଢ଼ିଛି ।
ଅଧିକ ପଢନ୍ତୁ: ଓଡ଼ିଶାରେ ହାଲୁକା ବର୍ଷା