ଦୁବାଇ: ମହିଳା ଟି-୨୦ ବିଶ୍ୱକପର ନିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ପରାଜୟ ଭୋଗିଛି । ନ୍ୟୁଜିଲାଣ୍ଡ ୫୮ ରନରେ ଭାରତକୁ ହରାଇ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପକ୍ଷରୁ ସର୍ବାଧିକ ରନ ଅଧିନାୟକ ହରମନପ୍ରୀତ କୌର ୧୫ ରନ କରିଛନ୍ତି । କୌଣସି ଯୋଡିରେ ବଡ ଭାଗିଦାରୀ ନ ହେବା କାରଣରୁ ଭାରତ ମ୍ୟାଚରେ ପରାଜିତ ହୋଇଛି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୧୫ ଓଭର ସୁଦ୍ଧା ୧୦୯ ରନ କରିଥିଲା, ମାତ୍ର ୫ ଓଭରରେ ଅଧିନାୟକ ସୋଫି ଡିଭାଇନ ଓ ଅନ୍ୟ ବ୍ୟାଟର ଦ୍ରୁତ ବ୍ୟାଟିଂ କରିଥିଲେ । ଅଧିନାୟକ ସୋଫିଙ୍କ ୩୬ ବଲରୁ ୫୭ ରନର ଇନିଂସ ବଳରେ ନ୍ୟୁଜିଲାଣ୍ଡ ୧୬୦ ରନ ସ୍କୋ କରିଥିଲା । ଭାରତୀୟ ଦଳ ପାଇଁ ରେଣୁକା ସିଂ ସର୍ବାଧିକ ଦୁଇଟି ସଫଳତା ହାସଲ କରିଥିଲେ ।
ଜବାବରେ ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲାଃ । ଦଳ ୪୨ ରନ ସ୍କୋରରେ ୩ ୱିକେଟ୍ ହରାଇଥିଲା । ମଧ୍ୟକ୍ରମରେ ଜେମିମା ରୋଡ୍ରିଗେଜ ଓ ରିଚା ଘୋଷ କ୍ରମଶଃ ୧୩ ଓ ୧୨ ରନ କରିଥିଲେ । ୭୫ ରନରେ ଭାରତ ଅଧା ୱିକେଟ୍ ହରାଇଥିଲା । ଏହା ପରେ ଭାରତ ଅତି ଶୋଚନୀୟ ପ୍ରଦର୍ଶନ କରିବା ସହ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୭ ରନ ଭିତରେ ଆଉ ୫ ୱିକେଟ୍ ହରାଇଥିଲା ।
ନ୍ୟୁଜିଲାଣ୍ଡର ରୋଜମେରୀ ମାୟର ଓ ଲିୟା ଟାହୁହୁ ଘାତକ ବୋଲିଂ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ । ପ୍ରଥମ ପରାଜୟ ପରେ ଭାରତ ଅକ୍ଟୋବର ୬ ତାରିଖରେ ପାକିସ୍ତାନକୁ ଭେଟିବ ।