ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ। ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ମହିଳା ସୁଟର ପଲକ। ସମାନ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂ। ପୁରୁଷ ଟେନିସ ଡବଲ୍ସରେ ରୌପ୍ୟ ଜିତିଲା ଭାରତ। ସାକେତ୍-ରାମନାଥନ୍ ଯୋଡ଼ି ଜିତିଲେ ରୌପ୍ୟ। ବର୍ତ୍ତମାନ ଭାରତକୁ ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ୩୦ ପଦକ ମିଳିଛି। ୩୦ ପଦକ ସହ ତାଲିକାର ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଭାରତ ।
ସୂଚନା ଅନୁସାରେ , ଗତକାଲି ମଧ୍ୟ ଏସିଆନ୍ ଗେମସ ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା। ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲା ଭାରତ। ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଉସୁ ୬୦ କେଜି ବିଭାଗରେ ରୋସିବିନା ଦେବୀ ରୌପ୍ୟ ପଦକ ଜିତିଛନ୍ତି ।
ଏସିଆନ ଗେମ୍ସର ଚତୁର୍ଥ ଦିନରେ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ। ମହିଳା ସୁଟିଂରେ ଗୋଲ୍ଡ ମେଡାଲ ଜିତିଥିଲେ ସିପ୍ତ କୌର ସାମ୍ରା। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି । ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି।
ଅଧିକ ପଢନ୍ତୁ ; ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ