ମୋଟେରା, ଫେବୃଆରୀ ୨୧ (ଖବର ଓଡ଼ିଶା):
ଫେବୃଆରୀ 24 ତାରିଖରୁ ଅହମଦାବାଦ ମୋଟେରାର ସର୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିଅମରେ ଖେଳାଯିବାକୁ ଯାଉଛି ଭାରତ - ଇଂଲଣ୍ଡ ସିରିଜର ତୃତୀୟ ଟେଷ୍ଟ. ଏହି ମ୍ୟାଚ ଦିବାରାତ୍ର ଫର୍ମାଟରେ ଏବଂ ପିଙ୍କ ବଲରେ ଖେଳାଯିବ. ତେବେ ଏହି ମ୍ୟାଚ ନିମନ୍ତେ ଅଭ୍ୟାସ ପାଇଁ ପଡିଆକୁ ଓଲ୍ହାଇଛନ୍ତି ଭାରତୀୟ କ୍ରିକେଟର. ଭାରତୀୟ କ୍ରିକେଟର କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅଧିନାୟକ ବିରାଟ କୋହଲି ଆଦି ଖେଳାଳିଙ୍କ ଅଭ୍ୟାସ କରିବାର ଫଟୋ ବିସିସିଆଇ ପକ୍ଷରୁ ଟ୍ୱିଟରେ ଟ୍ୱିଟ କରାଯାଇଛି. ଫାଷ୍ଟ ବୋଲରଙ୍କୁ ପିଙ୍କ ବଲ ସୁହାଉଥିବାରୁ ଏହି ମ୍ୟାଚରେ ତିନି ଜଣ ଫାଷ୍ଟ ବୋଲରଙ୍କୁ ଖେଳାଇପାରେ ଭାରତ. ଏହି ସିରିଜ ଏବେ 1-1 ରେ ବରାବର ରହିଛି.