ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଲା ଭାରତ। ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଭାରତ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍। ୪୦୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ହେଲେ ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।
ସୂଚନା ମୁତାବକ , ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଭାରତ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୩୯୯ ରନ୍। ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍। ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା। ତେବେ ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଶ୍ୱିନୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ସାମି ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।
ଅଧିକ ପଢନ୍ତୁ -ବିଶ୍ୱକପରେ ଅକ୍ସର ପଟେଲଙ୍କ ଅନୁପସ୍ଥିତିରେ କିଏ, ଅଶ୍ଵିନ ନା ସୁନ୍ଦର