ଭାରତୀୟ ହକି ଟିମ୍କୁ ବଡ ଝଟକା | କ୍ରସ ଓଭର ମ୍ୟାଚ ପୂର୍ବରୁ ହକି ବିଶ୍ବକପରୁ ବାଦ ପଡିଛନ୍ତି ମିଡ଼ ଫିଲଡର ହାର୍ଦ୍ଦିକ ସିଂ | ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି। ଚଳିତ ବିଶ୍ୱକପ୍ରେ ସେ ଆଉ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତେଣୁ ୱେଲ୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା | ସୂଚନା ଅନୁଯାୟୀ, 2023 ହକି ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ମିଡ଼ ଫିଲଡର ହାର୍ଦ୍ଦିକ ସିଂ | ଆହତ କାରଣରୁ ୱେଲସ ବିପକ୍ଷ ମ୍ୟାଚରେ ଖେଳି ନଥିଲେ ହାର୍ଦ୍ଦିକ। ତେବେ ଆଜି ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ କହିଛନ୍ତି, ରାତାରାତି ଆମକୁ ଏଭଳି ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ଖେଳିବେ ନାହିଁ ହାର୍ଦ୍ଦିକ ସିଂହ। ଏହା ସହିତ ଚଳିତ ହକି ବିଶ୍ୱକପ୍ରୁ ସେ ବାଦ୍ ପଡ଼ିଛନ୍ତି। ହାର୍ଦ୍ଦିକଙ୍କ ଆଘାତ ସେତେ ଗୁରୁତର ନୁହେଁ। କିନ୍ତୁ ଆମ ପାଖରେ ସମୟ ନାହିଁ। ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ତାଙ୍କ ବଦଳରେ ଟିମ୍ରେ ରାଜ୍ କୁମାର ପଲ୍ଙ୍କୁ ସାମିଲ କରାଯାଇଛି।