ଆଇପିଏଲ୍: ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ
Khabar Odisha:IPL-Chennai-Super-Kings-and-Rajasthan-Royals-will-face-each-other-today
ଖବର ଓଡିଶା : 27/04/2023:

ଆଜି ଆଇପିଏଲ୍ର ୩୭ ତମ ମ୍ୟାଚରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ  ଏବଂ ସଞ୍ଜୁ ସାମସନ୍ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ |

ଆଜି ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି | ଚଳିତ ଆଇପିଏଲ୍ରେ  ଆଜିର ମ୍ୟାଚ ହେଉଛି ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସପ୍ତମ ମ୍ୟାଚ୍ |

ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ଆଇପିଏଲର ଏହି ସିଜିନର ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

ରାଜସ୍ଥାନ ରୟାଲ୍ସ ଆଇପିଏଲର ଏହି ସିଜନରେ ସାତୋଟି ମ୍ୟାଚ୍ ଖେଳିଥିବା ବେଳେ  ଚାରିଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଏହି ସିଜନରେ ସାତୋଟି ମ୍ୟାଚ୍ ଖେଳି ପାଞ୍ଚଟିରେ ଜିତିଛି | ଏହି ଦୁଇ ଦଳ ଆଇପିଏଲ୍ ଇତିହାସରେ ପରସ୍ପର ବିପକ୍ଷରେ ମୋଟ ୨୮ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଠାରେ ରାଜସ୍ଥାନ ରୟାଲ୍ସ ୧୩  ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବାକି ମ୍ୟାଚ ଗୁଡିକ ଜିତିଛି |  ଏହି ସିଜନରେ ରେ ପରସ୍ପର ବିପକ୍ଷରେ ଖେଳିଥିବା ପୂର୍ବ ମ୍ୟାଚରେ  ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ରନ୍ ପରାସ୍ତ କରି ବିଜୟ ଲାଭ କରିଥିଲା । ତେବେ ଏହି ବିଜୟଧାରାକୁ ଆଜିର ମ୍ୟାଚରେ ଜାରି ରଖିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ |

Subscribe

National International State Sports Entertainment