ପ୍ରଥମ ଦିନିକିଆ ଭଳି ବଂଲାଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି ଭାରତୀୟ ବୋଲର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଏକଦା ୬୯ରେ ୬ ୱିକେଟ ହରାଇଥିଲେ ମଧ୍ୟ ଜବରଦସ୍ତ କମବ୍ୟାକ୍ କରିଛି। ସିରିଜ୍ରେ ୧-୦ରେ ପଛରେ ଥିବା ଟିମ ଇଣ୍ଡିଆକୁ ମ୍ୟାଚ୍ ଜିତିବା ପାଇଁ ୨୭୨ ରନର ଟାର୍ଗେଟ ମିଳିଛି। ଦଳର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ବ୍ୟାଟିଂ କରିବାକୁ ଆସି ନପାରନ୍ତି। ସେହିପରି ଦୀପକ ଚହର ଆଜି ଆହତ ଯୋଗୁ ମାତ୍ର ୩ ଓଭର ହିଁ ବୋଲିଂ କରିବାକୁ ସକ୍ଷମ ହୋଇଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ତେବେ ମହମ୍ମଦୁଲ୍ଲାଙ୍କ ଅର୍ଦ୍ଧଶତକ ଓ ଯୁବ ତାରକା ମେହଦି ହାସନ ମିରଜାଙ୍କ ଅପରାଜିତ ତଥା ପ୍ରଥମ ଦିନିକିଆ ଶତକ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଛି। ମିରଜାଙ୍କ ଶତକ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୨୭୧ ରନ କରିବାକୁ ସକ୍ଷମ ହୋଇଛି। ମେହଦି ହାସନ ମିର୍ଜାଙ୍କ ଆଗରେ ପୁଣି ଥରେ ମୁଣ୍ଡନୁଆଇଁଛନ୍ତି ଭାରତୀୟ ବୋଲର। ୬୯ ରନରେ ୬ ଓ୍ଵିକେଟ୍ ହରାଇ ବଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଯେମିତି ଲାଗୁଥିଲା ଦଳ ଶୀଘ୍ର ଅଲଆଉଟ୍ ହୋଇଯିବ ଏବଂ ସର୍ବାଧିକ ୧୫୦ ରନ ଭିତରେ ସୀମିତ ରହିବ। ହେଲେ ପ୍ରଥମ ଦିନିକିଆର ପୁନରାବୃତ୍ତି ପୁଣି ଥରେ ଦ୍ଵିତୀୟ ଦିନିକିଆରେ ଦେଖିବାକୁ ମିଳିଛି । ମେହଦି ହାସନଙ୍କ ଦମଦାର ଅପରାଜିତ ୧୦୦ ରନ ବଳରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୧ ରନର ଲଢୁଆ ସ୍କୋର କରି ପାରିଛି। ମହମୁଦଲ୍ଲା ୭୨ ରନର ଗୁରୁତ୍ଵପୁର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଭାରତକୁ ୨୭୨ ରନ କରିବାକୁ ପଡିବ। ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ଭଲ ବୋଲିଂ କରି ୩୭ ରନରେ ସର୍ବାଧିକ ୩ ସଫଳତା ପାଇଛନ୍ତି। ଉମରାନ ମଲିକ ୫୮ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୭୩ ରନ ମହଙ୍ଗା ସାବ୍ୟସ୍ତ ହୋଇ ୨ଟି ଓ୍ଵିକେଟ୍ ନେଇଛନ୍ତି।