ସୁରେଶ ରାଇନାଙ୍କ ପରେ ହରଭଜନ ସିଂହ ଖେଳିବେନି ଚଳିତବର୍ଷ ଆଇପିଏଲ
Khabar Odisha:Harbhajan-Singh-Pulls-Out-Of-IPL-2020-Another-Big-Blow-To-Chennai-Super-Kings-After-Suresh-Raina
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ (ଖବର ଓଡ଼ିଶା):

ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର 13 ତମ ସଂସ୍କରଣ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଗୋଟିଏ ପରେ ଗୋଟିଏ ଦକ୍ଷ ଖେଳାଳି ଖେଳରେ ଯୋଗ ଦେବେନି ବୋଲି ପ୍ରକାଶ ପାଇଛି  । ଷ୍ଟାର ଖେଳାଳି ସୁରେଶ ରାଇନା ଆଇପିଏଲ ଛାଡି ଭାରତ ଫେରିଆସିଥିଲେ। ବର୍ତ୍ତମାନ ଦଳର ଅଭିଜ୍ଞ ସ୍ପିନର ହରଭଜନ ସିଂ ମଧ୍ୟ ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରି ଯାଇଛନ୍ତି।

କରୋନା ମହାମାରୀ ହେବାର ଆଶଙ୍କାରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ ପାଇଁ 40 ବର୍ଷୀୟ ହରଭଜନ ସେଠାରେ ପହଞ୍ଚିନଥିଲେ । ଦଳର ପରିଚାଳକ ଖେଳାଳିଙ୍କୁ ହରଭଜନ ବିନା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସେଥିରେ ହରଭଜନଙ୍କ ବ୍ୟତୀତ ସିଏସକେରେ ଲେଗ ସ୍ପିନର ଇମ୍ରାନ ତାହିର, ବାମହାତୀ ସ୍ପିନର ମିଚେଲ ସାଣ୍ଟନର୍ ଏବଂ ଲେଗ୍ ସ୍ପିନର ପୀୟୁଷ ଚାୱଲାଙ୍କ ସମେତ ଅନ୍ୟ ତିନିଜଣ ଅଗ୍ରଣୀ ସ୍ପିନର ରହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମେ ଦଳର ଦୁଇ ଖେଳାଳିଙ୍କ ସମେତ 13 ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିବାରୁ ପ୍ରଶିକ୍ଷଣକୁ ଆହୁରି ବୃଦ୍ଧି କରିବାକୁ ପଡିଥିଲା ।

କରୋନା ସଂକ୍ରମିତ ଦୀପକ ଚହର ଏବଂ ରିତୁରାଜ ଗାଇକୱାଡଙ୍କୁ ବାରଣ କରି ଚେନ୍ନାଇ ସୁପର କିଙ୍ଗ୍ସର ବାକି ଖେଳାଳିମାନେ ଆଜିଠାରୁ ଅଭ୍ୟାସ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । 

 

  • Tags:

Subscribe

National International State Sports Entertainment