ସିଡନୀ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲେ ବି ବିଜୟ ସହ ସମାନ- ରାହାଣେ
Khabar Odisha:Even-though-the-Sydney-Test-match-was-drawn-it-was-the-same-with-the-victory---Rahane
ସିଡନୀ, ଜାନୁଆରୀ ୧୧ (ଖବର ଓଡ଼ିଶା):

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି । ତେବେ ଏହି ମ୍ୟାଚକୁ ବଂଚାଇବା ପାଇଁ ଭାରତୀୟ ବ୍ୟାଟସମାନ ଯେପରି ଲଢୁଆ ବ୍ୟାଟିଙ୍ଗ କରିଛନ୍ତି ତାକୁ ପ୍ରଂଶସା କରିଛନ୍ତି ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ । ସମସ୍ତ ଖେଳାଳିଙ୍କ ପ୍ରର୍ଦଶନ ପାଇଁ ରାହାଣେ ତାଙ୍କର ପ୍ରଂଶସା କରିବା ସହ ଖେଳାଳିମାନେ ଯେଉଁଭଳି ଖେଳ ଦେଖାଇଲେ ସେଥିପେ।।ଇଁ ଗର୍ବିତ ବୋଲି କହିଛନ୍ତି । ପାଂଚ ୱିକେଟ ହରାଇବା ପରେ ଏହି ମ୍ୟାଚରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଷଷ୍ଠ ୱିକେଟ ପାଇଁ ୫୦ ରୁ ଉର୍ଦ୍ଧ ଭାଗିଦାରୀ କରିବା ସହ ୨୫୦ ରୁ ଉର୍ଦ୍ଧ ବଲ ଖେଳିଥିଲେ । ଏହି ମ୍ୟାଚ ବଂଚାଇବାକୁ ଭାରତୀୟ ବ୍ୟାଟସମାନ ମାନେ ୧୩୨ ଓଭର ବ୍ୟାଟିଙ୍ଗ କରିଥିଲେ । ଦଳ ପକ୍ଷରୁ ରିଷଭ ପନ୍ଥ ସର୍ବାଧିକ ୯୭ ରନ କରିଥିବା ବେଳେ ଚେତେଶ୍ୱର ପୂଜାରା ୭୭ ରନ ସ୍କୋର କରିଥିଲେ । ହନୁମା ବିହାରୀ ହାମଷ୍ଟ୍ରିଙ୍ଗ ସମସ୍ୟାର ଶିକାର ହୋଇଥିଲେ ମଧ୍ୟ ଦୃଢତାର ସହ ଶେଷ ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିଥିଲେ । ସିରିଜର ଶେଷ ମ୍ୟାଚ ଜାନୁଆରୀ ୧୫ ତାରିଖରେ ବ୍ରିସବେନରେ ଖେଳାଯିବ ।

  • Tags:

Subscribe

National International State Sports Entertainment