ଭୁୁବନେଶ୍ୱର, ମେ ୧୯(ଖବର ଓଡିଶା):
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ୍ ମ୍ୟାଚ୍ । ଶତ ପ୍ରତିଶତ ଦର୍ଶକୀୟ କ୍ଷମତାରେ ବାରବାଟୀରେ ଖେଳ ଦେଖିବେ ଦର୍ଶକ । ଶତ ପ୍ରତିଶତ ଦର୍ଶକୀୟ କ୍ଷମତାରେ ମ୍ୟାଚ୍ ଦେଖିବାକୁ ବିସିସିଆଇ ଅନୁମତି ଦେଇଛି ।
ତେବେ ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ୍ ହେବ । ତେବେ ଏବେ ଶତ ପ୍ରତିଶତ ଦର୍ଶକ ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି ।
ତେବେ ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବା ପରେ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଅଟେ । ତେବେ ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଦର୍ଶକମାନେ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ଅଛନ୍ତି ।