କରୋନା ମୁକାବିଲା ନିମନ୍ତେ ଆଗକୁ ଆସିଲେ ରୋହିତ ଶର୍ମା, ସହୟତା ବାବଦରେ ପ୍ରଦାନ କଲେ 80 ଲକ୍ଷ ଟଙ୍କା
Khabar Odisha:Covid-19-Rohit-Sharma-donates-Rs-80-lakh-to-help-India-get-back-on-its-feet
ମୁମ୍ୱାଇ, ମାର୍ଚ୍ଚ ୩୧ (ଖବର ଓଡ଼ିଶା):

ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢେଇ ପାଇଁ ଭାରତର ସମସ୍ତ ସେଲିବ୍ରେଟି ଓ ଉଦ୍ୟୋଗପତି ମାନେ ସହାୟତାର ହାତ ବଢାଇଛନ୍ତି। ପ୍ରତ୍ୟେକ ଦିନ ଅନେକ ସିନେ ତାରକା, ଖେଳାଳି ଓ ଉଦ୍ୟୋଗପତି ମାନେ ଭାରତ ସରକାରଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହା ଛଡା କରୋନା ବିରୋଧୀ ଏହି ଲଢେଇରେ ସମସ୍ତେ ଯୋଗଦେବାକୁ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ତଥା ହିଟ୍‌ମ୍ୟାନ ଭାବେ ଜଣାଶୁଣା ରୋହିତ ଶର୍ମା ମଧ୍ୟ ଯୋଗଦାନ କରିଛନ୍ତି।

ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଟ୍ବିଟ୍‌ କରି କହିଛନ୍ତି, ଆମ ଦେଶ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବା ଜରୁରୀ ଏବଂ ଏସବୁ ଦାୟିତ୍ଵ ଆମ ଉପରେ ରହିଛି। ମୁଁ ପିଏମ କେୟାର ଫଣ୍ଡକୁ ୪୫ ଲକ୍ଷ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ, ଫିଡିଂ ଇଣ୍ଡିଆକୁ ୫ ଲକ୍ଷ ଏବଂ ୱେଲଫେୟାର ଅଫ ଷ୍ଟ୍ରେ ଡଗ୍‌ସଙ୍କୁ ୫ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହିପରି ଭାବରେ ରୋହିତ ୮୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଗତ ସୋମବାର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଆର୍ଥିକ ସହାୟତା କରିବା ନେଇ ଟ୍ବିଟ୍‌ କରିଥିଲେ। ଏହାପୂର୍ବରୁ ସୁରେଶ ରାଇନା ୫୨ ଲକ୍ଷ, ସଚିନ ତେନ୍ଦୁଲକର ୫୦ ଲକ୍ଷ, ପି. ଭି. ସିନ୍ଧୁ ୧୦ ଲକ୍ଷ, ଆଜିଙ୍କ୍ୟ ରାହାଣେ ୧୦ ଲକ୍ଷ ଟଙ୍କା ସାହାର୍ଯ୍ୟ କରିଥିଲେ । ସୌରଭ ଗାଙ୍ଗୁଲି ଗରିବଙ୍କୁ ୫୦ ଲକ୍ଷ ଟଙ୍କାର ଚାଉଳ ଦେବାକୁ ମଧ୍ୟ ଘୋଷଣା କରିଥିଲେ।

  • Tags:

Subscribe

National International State Sports Entertainment