ବର୍ଡର - ଗାଭାସ୍କର ଟ୍ରଫି ; ଆହତ ସମସ୍ୟା ପାଇଁ ଚତୁର୍ଥ ଟେଷ୍ଟରୁ ବାଦ ପଡିଲେ ବୁମ୍ରା ଓ ବିହାରୀ
Khabar Odisha:Border---Gavaskar-Trophy-Bumra-and-Bihari-were-ruled-out-of-the-fourth-Test-due-to-injury
ବ୍ରିସବେନ, ଜାନୁଆରୀ ୧୨ (ଖବର ଓଡ଼ିଶା):

ଜାନୁଆରୀ ୧୫ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ ପଡିଲେ ଆଉ ଦୁଇ ଭାରତୀୟ ଖେଳାଳି । ହାମଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ବ୍ୟାଟସମାନ ହନୁମା ବିହାରୀ ଚତୁର୍ଥ ଟେଷ୍ଟ ନିମନ୍ତେ ବାଦ ପଡିଥିବା ବେଳେ ଆଣ୍ଠୁରେ ଯନ୍ତ୍ରଣା ପାଇଁ ଭାରତୀୟ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ମଧ୍ୟ ଏହି ଟେଷ୍ଟରୁ ବାଦ ପଡିଛନ୍ତି । ପୂର୍ବରୁ ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, କେ ଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଆଦି ଖେଳାଳି ଆହତ ହୋଇ ଟିମରୁ ବାଦ ପଡି ସାରିଛନ୍ତି । ହନୁମା ବିହାରୀ ଏବଂ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଓ ସାର୍ଦ୍ଦୁଲ ଠାକୁର ଦଳରେ ସାମିଲ ହୋଇପାରନ୍ତି । 

  • Tags:

Subscribe

National International State Sports Entertainment